Home / ସାମାଜିକ / ସମଗ୍ର ରାଜ୍ୟରେ ବିତର୍କର ବିଜେତା ହେଲେ ନୟାଗଡ଼ର ବିଶ୍ୱବିଜିତା

ସମଗ୍ର ରାଜ୍ୟରେ ବିତର୍କର ବିଜେତା ହେଲେ ନୟାଗଡ଼ର ବିଶ୍ୱବିଜିତା

img 20250713 wa0003

ନୟାଗଡ଼, ତା-୧୩.୭.୨୫ରିଖ- ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ-ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତା ରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇଥିଲେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି । ସମସ୍ତ ଜିଲ୍ଲାରୁ ପ୍ରଥମ ସ୍ଥାନର ପ୍ରତିନିଧି ମାନଙ୍କୁ ପଛରେ ପକାଇ ବକୃତା ବିଜେତା ବିଶ୍ୱବିଜିତା |

1001262300

ପୂର୍ବରୁ ନୟାଗଡ଼ର ପ୍ରତିଭା ଏହି କୁନି ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ଉତ୍କଳଜ୍ୟୋତି ସମ୍ମାନ ର ଅଧିକାରୀ ହୋଇଥିବା ସାଙ୍ଗକୁ ବିଜ୍ଞାନମେଳାରେ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାକୁ ଗୌରବପୂର୍ଣ୍ଣ ମହିମା ମଣ୍ଡନ କରିଛନ୍ତି | ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ସହିତ, ଗୀତାଶ୍ଳୋକ ଆବୃତ୍ତି ଓ କୁଇଜ଼ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାର ସୁନାମ ଅକ୍ଷୁର୍ଣ ରଖିଛନ୍ତି | ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବରେ ବିଦ୍ୟାଳୟ ତରଫରୁ ପ୍ରଦତ୍ତ ବିଦ୍ୟାଳୟର ଗର୍ବ ଓ ଗୌରବ ସମ୍ମାନକୁ ବଜାୟ ରଖିଛନ୍ତି | ଆଜି ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ରାଜ୍ଯ ସ୍ତରୀୟ ଡିବେଟ ପ୍ରତିଯୋଗିତାରେ ବିଶ୍ବବିଜିତା ପ୍ରଥମ ସ୍ଥାନ ଅଧିକାର କରିଥିବା ଖବର ଶୁଣି ନୟାଗଡ଼ର ବୁଦ୍ଧିଜୀବୀ, ବିଦ୍ୟାଳୟର ଗୁରୁଜୀ, ଗୁରୁମା, ସାହିତ୍ୟିକ ଓ ଲେଖକ ମହଲରେ ଖୁସିର ଲହରୀ ଖେଳିଯାଇଛି | ବିଶ୍ବବିଜିତା ଆମ ବିଦ୍ଯାଳୟର ସର୍ବଗୁଣ ସମ୍ପନ୍ନ ମେଧାବୀ ଛାତ୍ରୀ ବୋଲି ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିବା ସହିତ ତାଙ୍କ ପିତାମାତାଙ୍କୁ ଆନ୍ତରିକ ଧନ୍ଯବାଦ ଜ୍ଞାପନ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply