Home / ସାମାଜିକ / ସାଥୀ ପ୍ରତାପ ଚିହ୍ନରା ସ୍ମୃତି ସଭା

ସାଥୀ ପ୍ରତାପ ଚିହ୍ନରା ସ୍ମୃତି ସଭା

whatsapp image 2025 07 12 at 21.22.42 cb25d232

ପୁରୀ ୧୨/୭/୨୦୨୫ – ( ତୃପ୍ତିମୟୀ ଜେନା ) ସ୍ଥାନୀୟ କୁଳମଣି ଭବନ ପରିସରରେ ସାଥୀ ପ୍ରତାପ ଚିହ୍ନରl ଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ସଭା ପରିବେଶବିତ୍ ସୁରେନ୍ଦ୍ର ତପସୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।” ଜଳବାୟୁ ସଙ୍କଟ ଓ କୃଷି ସମସ୍ୟା ” ଶୀର୍ଷକ ସ୍ମାରକୀ ବକ୍ତୃତା ରେ କର୍ଣ୍ଣାଟକର ବିଶିଷ୍ଟ ପରିବେଶବିତ୍ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ ଯେ, ସାଂପ୍ରତିକ ବିକାଶ ଧାରା ଖୁବ୍ କମ୍ ସଂଖ୍ୟକ ଲୋକ ଙ୍କ ନିକଟରେ ସକଳ ସମ୍ପଦକୁ ଠୁଲିଭୂତ କରୁଥିବା ବେଳେ ସଂଖ୍ୟାଧିକ ଲୋକ ଦାରିଦ୍ର୍ୟତା ମଧ୍ୟକୁ ଠେଲି ହୋଇ ଯାଉଛନ୍ତି । ଆଜିର ପରିବେଶ ବିପର୍ଯ୍ୟୟ ପାଇଁ ଖୁବ୍ କମ୍ ଲୋକ ଦାୟୀ ହୋଇଥିବା ବେଳେ ସାଧାରଣ ଜନତା ଏହାର ଦୁର୍ଦ୍ଦଶାକୁ ସମ୍ମୁଖୀନ ହେଉଛନ୍ତି । ଜି, ଡି, ପି, ଅଭିବୃଦ୍ଧି ଏକ ପ୍ରହେଳିକା । ଯେତେ ଯେତେ ଏହାର ଅଭିବୃଦ୍ଧି ହାର ବଢିବା ଯୁକ୍ତି ଆସିବ ସେଇ ଅନୁଯାୟୀ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ । ଶ୍ରୀକୁମାର ନିଜ ବକ୍ତବ୍ୟରେ କହିଲେ ଯେ ବର୍ତ୍ତମାନ ର ବିଶ୍ୱୋବ୍ୟବସ୍ଥା ଲଗ୍ନୀ ପୁଞ୍ଜି ଓ ପ୍ରଯୁକ୍ତିବିଦ୍ୟାର ଅନୈତିକ ସମ୍ପର୍କ ରେ କବଳିତ ସୁତରାଂ ଏଭଳି ସ୍ଥିତିରେ କୌଣସି ଏକ ଅଞ୍ଚଳରେ ସମାଜବାଦୀ ବ୍ୟବସ୍ଥା ତିଷ୍ଠି ରହିବା ଅସମ୍ଭବ । ଆଜିର କୃଷି ଖାଦ୍ୟ ପରିବର୍ତ୍ତେ ଏକ ବଜାରରେ ପରିଣତ ହୋଇଛି । ପାନୀୟ ଜଳ ଆଜି ବଜାରରେ ଏକ ପଣ୍ୟ ହୋଇଛି । ମଣିଷ ବଞ୍ଚି ରହିବା ପାଇଁ ଖାଦ୍ୟ ପରିବର୍ତ୍ତେ ଅସୁସ୍ଥ ପାଇଁ ଖାଦ୍ୟ ଖାଉଛି । କାରଣ ବିନା ରାସାୟନିକ ସାର ରେ କୌଣସି ବି ଖାଦ୍ୟ ଉତ୍ପାଦନ ସମ୍ଭବ ନୁହେଁ । ତେବେ ଏଭଳି ଏକ ବ୍ୟବସ୍ଥା ର ପରିବର୍ତନ ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଜାରି ରହିବା ଦରକାର । ପାରମ୍ପରିକ କୃଷି ପ୍ରଣାଳୀ ( ପ୍ରମା କଳଚର୍) କୁ ପ୍ରୋତ୍ସାହିତ କରିବା ଏବଂ ସେଥି ପାଇଁ ଛୋଟ ଛୋଟ ପ୍ରୟୋଗଶାଳl ଖୋଲିବା ଦରକାର । ସାଥୀ ପ୍ରତାପ ଙ୍କ ସ୍ମୃତି ଉଦ୍ଵେଶରେ ପ୍ରକାଶ ପାଇଥିବା ” ସଂଗ୍ରାମ ପଥେ ସ୍ମୃତିରେ ପଦଚିହ୍ନ” ଏକ ସ୍ମରଣିକା କୁ ନବକିଶୋର ମହାରଣା, ଚିତ୍ତରଞ୍ଜନ ବାରିକ୍, ସୁରେନ୍ଦ୍ର ତପସୁ ଓ ଶ୍ରୀକୁମାର ଉନ୍ମୋଚନ କରିଥିଲେ । ବିଶିଷ୍ଟ ବାମପନ୍ଥୀ ନେତା ଜଗନ୍ନାଥ ଦେଓ ଓ ବ୍ରଜବନ୍ଧୁ ପ୍ରଧାନ ନିଜ ନିଜ ବକ୍ତବ୍ୟରେ କହିଲେ ଆଜି ଦେଶ ଏକ ଘୋର ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି । ଦରଦାମ୍ ବୃଦ୍ଧି , ବେରୋଜଗାରୀ, ଶ୍ରମିକ ମାରଣ ଶ୍ରମ ନୀତି, ଜାତି ଭେଦ ଭଳି ମଧ୍ୟଯୁଗୀୟ ମାନସିକତା, ନାରୀ ନିର୍ଯାତନା, ଯୁଦ୍ଧଭୟ ଇତ୍ୟାଦି ଯୋଗୁଁ ସାଧାରଣ ଜନତା ନା ନା ଦୁର୍ଦ୍ଦିନ ପରିସ୍ଥିତି କୁ ଠେଲି ହୋଇ ଯାଉଛନ୍ତି, ଏଭଳି ସମୟରେ ସାଥୀ ପ୍ରତାପ ଙ୍କ ଅକାଳ ବିୟୋଗ କେବଳ ଜନ ଆନ୍ଦୋଳନ ନୁହେଁ ସମଗ୍ର ମାନବ ସମାଜ ପାଇଁ ଏକ ଅପରଣୀୟ କ୍ଷତି । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ୱୋପ୍ରୀୟ କାନୁନଗୋ, ପ୍ରମୋଦିନୀ ପ୍ରଧାନ, ଦଣ୍ଡପାଣି ମହାନ୍ତି, ସୁରେନ୍ଦ୍ର ଜେନା, ମୃଗାଙ୍କ୍ ପଟ୍ଟନାୟକ, ସୁନୀଲ ମହାରଣା, ବନମାଳୀ ସାହୁ, ବଟକୃଷ୍ଣ ସ୍ବାଇଁ, ରୁମିତା କୁଣ୍ଡୁ, ଦେବୀପ୍ରସନ୍ନ ରଥ, ଯ୍ୟୋଷ୍ନମୟୀ ମିଶ୍ର, ସୁମିତ୍ରା ବାରିକ୍, ଲୋକନାଥ ନାୟକ, କିଶନ ପଟ୍ଟନାୟକ, ପୁରୀ ବାର ଆସୋସିସନର ସମ୍ପାଦକ ଶରତ ରାୟଗୁରୁ, ନରେନ୍ଦ୍ର ମହାନ୍ତି, ନାରାୟଣ ମିଶ୍ର, ସାଥୀ ପ୍ରମିଳା, ବନବାସୀ ମହାପାତ୍ର,ଶ୍ରୀମନ୍ତ ମହାନ୍ତି, କୃଷ୍ଣମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ହରିହର ସେନାପତି ଙ୍କ ଧନ୍ୟବାଦ କ୍ରମେ ସଭା ଶେଷ ହୋଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply