ପୁରୀ ୨୪/୦୭/୨୦୨୫ – (ତୃପ୍ତିମୟୀ ଜେନା ) – କବି ପ୍ରବନ୍ଧିକ, ଲେଖକ ଓ ଗବେଷକ ଭକ୍ତ ଭାରତ ଭୂଷଣ ଙ୍କୁ ମିଳିଛି ଚଳିତ ବର୍ଷର ‘ଅଲଭ୍ୟ ପୁର୍ଣ୍ଣ ବ୍ରହ୍ମ ସମ୍ମାନ -୨୦୨୫’ ଏବଂ କଳା, ସଂସ୍କୃତି ,ସଂଘଠନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଚନ୍ଦ୍ରଶେଖର ମହାରଣା ଙ୍କୁ ମିଳିଛି ଚଳିତ ବର୍ଷର ‘ଶିଳାବ୍ରହ୍ମ ପୁର୍ଣ୍ଣବ୍ରହ୍ମ ସମ୍ମାନ -୨୦୨୫ ‘ସାହିତ୍ୟ, ଚାରୁକଳା ,ସଂଗଠନ ଓ ଗବେଷଣା ସାଧନାରେ ଉଲେଖନୀୟ ଅବଦାନ ଓ ଭାବ ଭକ୍ତି ର ସ୍ୱର ସାଧନା ପାଇଁ ପୁର୍ଣ୍ଣଦାସ ଫାଉଣ୍ଡେସନ ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶନିବାର ଅପରାହ୍ନ୩ଘଟିକା ସମୟରେ ୟୁଥ ହଷ୍ଟେଲ ରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଆୟୋଜିତ ଆସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବାଣିଜ୍ୟକର ଆୟୁକ୍ତ(ଅପିଲ କମିଶନର)ସୁଶ୍ରୀ କାନନବାଳା ନାୟକ ତଥା ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ ,ସମ୍ମାନୀତ ଅତିଥି ଭାବେ ଡକ୍ତର ଦିଲ୍ଲୀପ ସେନାପତି ଏବଂ ସ୍ୱତନ୍ତ୍ର ଅତିଥିଭାବେ ଯୁଗ୍ମ କମିଶନର ,ବାଣିଜ୍ୟକର ଏବଂ ଦ୍ରବ୍ଯ ସେବାକର,ପୁରୀ ମଣ୍ଡଳ ଡ଼ଃ ପଦ୍ମଲୋଚନ ରାଉତ ଯୋଗଦାନ କରି ସଭାଟିକୁ ସଫଳ କରିଛନ୍ତି ।ଉକ୍ତ ସଭାରେ ମଞ୍ଚାସିନ ହୋଇଥିବା ଅତିଥିମାନେ ଶ୍ରୀ ବ୍ୟାସଦେବଙ୍କ ପ୍ରଣତି ମହାପୁରୁଷବିଦ୍ୟାରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ହିଁ ଭଗବାନ ବିଷ୍ଣୁ ଙ୍କର ସର୍ବୋତ୍ତମ ରହିଛି ସୁତସଂହିତା ଅନ୍ତର୍ଗତ ନୀଳାଦ୍ରିମହୋଦୟ ଗ୍ରନ୍ଥରେ ଉଲ୍ଲେଖ ରହିଛି ,ମୁକ୍ତିଦାତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥାନ କ୍ଷେତ୍ର ହେତୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଆକାଶରେ ,ଜଳରେ, ଭୂମିରେ ଅଥବା ଯେକୌଣସି ସ୍ଥାନରେ ଯେଉଁମାନେ ମୃତ୍ୟୁ ବରଣ କରନ୍ତି ସେମାନେ ମୁକ୍ତିଲାଭ କରନ୍ତି ।ସ୍ୱୟଂ ମହାଲକ୍ଷ୍ମୀ ଯମରାଜ ଙ୍କୁ ଏ କ୍ଷେତ୍ରରେ ନପସିବା ପାଇଁ ବାରଣ କରିଛନ୍ତି।କପିଳ ସଂହିତା କ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଅଧିଷ୍ଠାନ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର ଓ ସାକ୍ଷାତ ବୈକୁଣ୍ଠ ସ୍ୱରୂପ ଅଟେ ଏହି କ୍ଷେତ୍ରରେ ବ୍ରହ୍ମା ପ୍ରଭୁତି ଦେବଗଣ ବାସ କରିବା ସହିତ ଜଗନ୍ନାଥ ଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ।ଏହିଭଳି ଯୁକ୍ତିମାନ ଉପସ୍ଥାପନ କରି ଅତିଥି ମାନେ ଶ୍ରୀକ୍ଷେତ୍ର ହିଁ ଜଗନ୍ନାଥ ଧାମ ବୋଲି ବର୍ଣ୍ଣନା କରିଛନ୍ତି।ଅନୁଷ୍ଠାନ ର ସଭାପତି ତଥା ଅଧ୍ୟକ୍ଷ ଅଧିବକ୍ତା ପୁର୍ଣ୍ଣ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲାବେଳେ ସମ୍ପାଦନ କରିଥିଲେ ସୁସାହିତ୍ୟିକ ଶିବସୁନ୍ଦର ମିଶ୍ର ।ବହୁ ସ୍ୱନାମଧନ୍ୟ କବି ,ସଙ୍ଗଠକ, ମାନ୍ୟଗଣ୍ୟ ପ୍ରଚାରକ ଯୋଗଦେଇ ସଭାଟିକୁ ସରସ ସୁନ୍ଦର ଓ କମନୀୟ କରିଥିଲେ।ପରିଶେଷରେ ଉପସ୍ଥିତ ଧନ୍ୟବାଦ ଅର୍ପଣ କରିଥିଲେ କବି ପୁରୁଷୋତ୍ତମ ନନ୍ଦ ,ସହଯୋଗ କରିଥିଲେ ଲୋକ,କଲ୍ୟାଣି,ମନୋରମା,ପ୍ରଶାନ୍ତ,କ୍ରିଷ୍ଣା ଅନ୍ୟାନ୍ୟ ସଭ୍ୟ ବୃନ୍ଦ ,ଅତିଥି ସଭ୍ୟ ଓ କବି ମାନଙ୍କ ର ବହୁ ମୂଲ୍ୟ ସମୟ ଦାନ ପାଇଁ ଧନ୍ୟବାଦ।
ଶ୍ରୀକ୍ଷେତ୍ର ହିଁ ଜଗନ୍ନାଥ ଧାମ
No Comments
July 15, 2025 3:58 am

Previous Article
Next Article

ନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ
ଅଗଷ୍ଟ ୨ରେ ଆୟୋଜିତ ହେବ ୧୮ ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମସୋତ୍ସବ ୨୦୨୫-ଭାଗନେବେ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





