Home / ସାମାଜିକ / ଅଗଷ୍ଟ ୨ରେ ଆୟୋଜିତ ହେବ ୧୮ ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମସୋତ୍ସବ ୨୦୨୫-ଭାଗନେବେ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ

ଅଗଷ୍ଟ ୨ରେ ଆୟୋଜିତ ହେବ ୧୮ ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମସୋତ୍ସବ ୨୦୨୫-ଭାଗନେବେ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ

whatsapp image 2025 07 14 at 00.16.38 053460f7

ପୁରୀ- ୧୫/୦୭/୨୦୨୫ -(ତୃପ୍ତିମୟୀ ଜେନା ) – ଓଡ଼ିଶାର ପ୍ରଥମ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ସମ୍ବାଦ ଭିତ୍ତିକ ଖବର କାଗଜ ଶିଶୁ ସମାଚାର ଅଷ୍ଟାଦଶ ସ୍ୱ ନକ୍ଷତ୍ର ଅବସରରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ୨୦୨୫,। ଅଗଷ୍ଟ ୨ ରେ ଆୟୋଜିତ ହେବାକୁଥିବା ଏହି ମହୋତ୍ସବ ପାଇଁ ରବିବାର ଦିନ ପୁରୀ ବଡ ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସମ୍ମେଳନ କକ୍ଷ ଠାରେ ଶିଶୁ ପ୍ରତିଭା ସମ୍ମାନ ମହୋତ୍ସବ କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇ ଯାଇଛି।ଉତ୍ସବ କମିଟି ଅଧକ୍ଷ ଶ୍ରୀ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଆୟୋଜିତ ହୋଇ ଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେବେ ବୋଲି ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ସୂଚନା ଦେଇ ଥିଲେ।ସେହି ପରି ଏହି ବର୍ଷ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ତଥା କେନ୍ଦ୍ର ବାଲ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ରାଜ କିଶୋର ପାଢ଼ୀଙ୍କୁ ଶିଶୁ ସମାଚାର ସାରସ୍ବତ ସମ୍ମାନ , ସାଦ୍ୟାନ୍ତା ଶତପଥୀଙ୍କୁ ଶିଶୁ ସମାଚାର ପ୍ରତିଭା ସମ୍ମାନ , ବରିଷ୍ଠ ହୃଦ୍ ରୋଗ ବିଶେଷଜ୍ଞ ଡ। ପ୍ରଭାର କୁମାର ଦାସ ଙ୍କୁ ଶିଶୁ ସମାଚାର ସ୍ବାସ୍ଥ୍ୟ ସମ୍ମାନ ,କୋଣାର୍କ ହାଇ ସ୍କୁଲ୍ କୁ ଶିଶୁ ସମାଚାର ସବୁଜ ବିଦ୍ୟାଳୟ ସମ୍ମାନ ୨୦୨୫ ରେ ସମ୍ମାନିତ କରାଯିବ ବୋଲି ଶିଶୁ ସମାଚାର ପରିଚାଳନା କମିଟି ଉପଦେଷ୍ଟା ଚକ୍ରଧର ମହାପାତ୍ର ଘୋଷଣା କରି ଥିଲେ।ଏଥି ସହିତ ଶିଶୁ ମାନଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ଅନୁଷ୍ଠାନ ତରଫରୁ କୁନି ରାଜା କୁନି ରାଣୀ,ଆବାକଶ , ଚେସ,ଚିତ୍ରାଙ୍କନ ବକୃତା ଆଦି ପ୍ରିଯୋଗିତା ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ସଦସ୍ୟ ଶରତ ରାୟ ଗୁରୁ ଘୋଷଣା କରିଥିଲେ।ଅଗଷ୍ଟ ଦୁଇ ତାରିଖ ଦିନ ପୁରୀ ଟାଉନ ହଲ ଠାରେ ଆୟୋଜିତ ହେବା କୁ ଥିବା ଏହି ଉତ୍ସବକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଉତ୍ସବ କମିଟି ଉପାଧ୍ୟକ୍ଷ ବିଜୟ କୃଷ ବ୍ରହ୍ମା ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପରିଚାଳନା କମିଟି ସଦସ୍ୟ ଶିବ ସୁନ୍ଦର୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ବୈଠକକୁ ଶିଶୁ ସମାଚାର ପରିଚାଳନା କମିଟି ଓ ମହୋତ୍ସବ କମିଟି ସଦସ୍ୟ ମାନେ ପରିଚାଳନା କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply