ପୁରୀ – ତା ୧୮.୭.୨୦୨୫ ରିଖ -(ତୃପ୍ତିମୟୀ ଜେନା ) – ଶିଶୁ ସୁରକ୍ଷା ଆଇନ୍ ଏବଂ ବାଧ୍ୟତାମୁଲକ ଶିକ୍ଷା ଅଧିକାର ଅଧିନିୟମ
ଉପରେ ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆଜିର ଏହି
କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା
କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ
ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣର ଅଧିନିୟମ ୧୯୮୭ ରେ ଥିବା ବିଭିନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ
ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ,
୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା .
ପାଇବା ପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ । ଶିଶୁ ମାନଙ୍କର ଯତ୍ନ, ଶିଶୁ
ସୁରକ୍ଷା ଆଇନ ସମ୍ପର୍କରେ ତଥା ଶିଶୁ ମାନଙ୍କର ଅଧିକାର ସୁରକ୍ଷା, ଏବଂ ବାଧ୍ୟତାମୁଳକ ଶିକ୍ଷା ଅଧିକାର ନିରାକରଣ
ଆଇନ ସୁଚାରୁରୂପେ ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ କିପରି ନିଷ୍ଠାପର ଭାବେ କାର୍ଯ୍ୟ କରିବା
ଉଚିତ ଏବଂ ଏହା ସହିତ ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ Sri Sachin Patel,
Addl. Superintendent of Police, Puri, Sri Biswajit Banarjee, Head Master
ଶିଶୁ ମଙ୍ଗଳ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ, Sri Bidyadhar Mishra, Teacher, Sri Arun
Bhattacharya ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୁରୀ ଜିଲ୍ଲା ସ୍କୁଲ୍ କର୍ମଚାରୀ
ବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର
ଉପଯୋଗୀତା ଓ ଉପାଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ
ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ·
ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ଆଇନ ସଚେତନତା ଶିବିର











