Home / ସାମାଜିକ / କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି

କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି

whatsapp image 2025 07 20 at 22.31.20 4e2cd273

ପୁରୀ, ୨୦/୦୭/୨୦୨୫ – ତୃପ୍ତିମୟୀ ଜେନା – ପବିତ୍ର ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଅବସରରେ ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ “କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ” ପକ୍ଷରୁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକାନୁଯାୟୀ ପ୍ରତ୍ୟୁଷ ୫ ଟା୨୦ ମିନିଟ୍ ସମୟରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସୂର୍ଯ୍ୟ ପୂଜା, ବନ୍ଦାପନା ଓ ସୂର୍ଯ୍ୟ ଉଦୟ ପରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

whatsapp image 2025 07 20 at 22.31.06 64beb730

ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ଧର୍ମିୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ । ଟ୍ରଷ୍ଟର ମାର୍ଗଦର୍ଶକ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ସଭାପତି ପ୍ରଫୁଲ୍ଲ କୁମର ପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଭ୍ୟ ଓ ସଭ୍ୟା ଓ ଚନ୍ଦ୍ରଭାଗାରେ ଉଦୟକାଳିନ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ସାମିଲ୍ ହୋଇ ସୂର୍ଯ୍ୟ ଆଳତି କରିଥିଲେ । ଏତଦବ୍ୟତୀତ ଅତିଥି ଭାବେ ପ୍ରଫେସର ହରମୋହନ ମିଶ୍ର, କୋଷାଧ୍ୟକ୍ଷ ସଞ୍ଜୟ ବରାଳ, ବାନର ସେନାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀଧର ନାୟକ, ପ୍ରଶନ ତ୍ରିପାଠୀ, ପ୍ରତାପ ରାଉତ, ସାଂସଦଙ୍କ ପ୍ରତିନିଧି ମଙ୍ଗରାଜ ମୁଦୁଲି, ଓ ସୁକାନ୍ତ କୁମାର ନାଏକ, ଅଜିତ୍ କୁମର ମଲ୍ଲିକ, ରିବିନ୍ଦ୍ରନାଥ ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ବିରଞ୍ଚି ରଥ ଙ୍କ ସମେତ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

whatsapp image 2025 07 20 at 22.31.48 5952945d

ଏହି ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଗତ ମାଘ ମେଳାରେ ଆୟୋଜିତ ହୋଇଯାଇଥିଲା ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସବୁ ମହଲରେ ବେଶ୍ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ମାସର ସଂକ୍ରାନ୍ତି ଓ ସ୍ବତନ୍ତ୍ର ଦିବସ ମାନଙ୍କରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ନାରାୟଣଙ୍କ ଉଦେଶ୍ୟ ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଏକ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଗତ ଜୁନ୍ ମାସ ୨୦ ତାରିଖ ରଜ ସଂକ୍ରାନ୍ତିରୁ ମାସିକ ଆଳତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଏଉଛି ଦ୍ବିତୀୟ ମାସିକ ଆଳତି କାର୍ଯ୍ୟକ୍ରମ। ଆସନ୍ତା ଅଗଷ୍ଟ ମାସ ୧୭ ତାରିଖ ରବିବାର ସିଂହ ସଂକ୍ରାନ୍ତି, ସେପ୍ଟେମ୍ବର ମାସ ୨୧ ତାରିଖ ରବିବାର ମହାଳୟା ଶ୍ରାଦ୍ଧ, ଅକ୍ଟୋବର ମାସ ୧୯ ତାରିଖ ରବିବାର, ନଭେମ୍ବର ମାସ ୧୬ ତାରିଖ ରବିବାର ବିଛା ସଂକ୍ରାନ୍ତି, ଡିସେମ୍ବର ମାସ ୨୧ ତାରିଖ ରବିବାର ଓ ସେହି ମାସର ୩୦ ତାରିଖ ମଙ୍ଗଳବାର ସାମ୍ବ ଦଶମୀ ତିଥି, ୨୦୨୬ ମସିହା ଜାନୁଆରୀ ୧୪ ତାରିଖ ବୁଧବାର ମକର ସଂକ୍ରାନ୍ତି, ଏବଂ ସେହି ମାସର ୨୫ ତାରିଖ ରବିବାର ମାଘ ମେଳାରେ ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଉଦେଶ୍ୟ ଆଳତି କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ଏହି ଭବ୍ୟ ଓ ଦିବ୍ୟ ଆଧ୍ୟାତ୍ମିକ ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେବା ପାଇଁ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ନିବେଦନ କରିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply