Home / ମୁଖ୍ୟ ଖବର / ଚତୁର୍ଦ୍ଦାମୂର୍ତ୍ତି ଙ୍କ ଦର୍ଶନ ପରେ ନାକଚଣା ଦ୍ୱାରରେ ଇହଧାମ ତ୍ୟାଗ କଲେ ଶିକ୍ଷାବିତ

ଚତୁର୍ଦ୍ଦାମୂର୍ତ୍ତି ଙ୍କ ଦର୍ଶନ ପରେ ନାକଚଣା ଦ୍ୱାରରେ ଇହଧାମ ତ୍ୟାଗ କଲେ ଶିକ୍ଷାବିତ

କାକଟପୁର ତା ୨୭/୬, ଲକ୍ଷ୍ମୀଧର ଖୁଣ୍ଟିଆ ଏକା ଧାରାରେ ସେ ଥିଲେ ଜଣେ ଶିକ୍ଷାବିତ, ପୂର୍ବତନ କାକଟପୁର ବ୍ଲକ କଂଗ୍ରେସ ସଭାପତି,ମଙ୍ଗଳା ମହାବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ,ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଜୀବନ ସଦସ୍ୟ, ବାଗ୍ମୀ ତଥା ଅଞ୍ଚଳର ପ୍ରଚଣ୍ଡ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ମଙ୍ଗଳବାର ଦିନ ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ନବମୀ ଦର୍ଶନ ସାରି ନାକଚଣା ଦ୍ୱାର ପାଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ସେଠାରେ ଟଳିପଡିଥିଲେ l ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଙ୍ଗେ ସଙ୍ଗେ ନିଆଯାଇଥିଲା l ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତାଙ୍କ ମୃତ ଖବର ପ୍ରଚାରିତ ହେବାପରେ ବହୁ ମାନଗଣ୍ୟ ବ୍ୟକ୍ତି ଓ ନିକଟ ସମ୍ପର୍କୀୟଙ୍କ ପୁରୀକୁ ସୁଅ ଛୁଟିଥିଲା l ତାଙ୍କ ନିଜ ଗ୍ରାମ ନୀଳକଣ୍ଠପୁର ଓ କାକଟପୁର ରେ ଗଭୀର ଶୋକ ଖେଳିଯାଇଥିଲା l ସ୍ବର୍ଗତ ଖୁଣ୍ଟିଆ ପ୍ରଥମେ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଭାବେ ଜନତା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ ଚାକିରୀ କରିଥିଲେ ଓ ପରେ କଟକ ର ହାଡିବନ୍ଧୁ ବିଦ୍ୟପୀଠ ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ନିର୍ବାହ କରି କଟକରୁ କାକଟପୁର ଯାଏଁ ସମସ୍ତ ଙ୍କର ପ୍ରିୟ ଥିଲେ ସେ ଜଣେ ଅମାୟିକ, ଗରିବ ଙ୍କ ସାଥି,ବନ୍ଧୁବତ୍ସଳ,ପରୋପକାରୀ ଓ ରାଜନୈତିକ ଗୁରୁଭାବେ ଅଞ୍ଚଳରେ ବେଶ ଖ୍ୟାତିଅର୍ଜନ କରିଥିଲେ l ତାଙ୍କ ମୃତ୍ୟୁ ଖବର ପାଇ କ୍ରୀଡା, ଯୁବାବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କୃଷକ ସେଲ ଅଦକ୍ଷ୍ୟ ଅମୀୟ ରଞ୍ଜନ ପଟ୍ଟନାୟକ, ମଙ୍ଗଳା ମହା ବିଦ୍ୟାଳୟ ର ପୂର୍ବତ୍ତନ ଅଦକ୍ଷ୍ୟ ଜମେଶ୍ୱର ଦୀକ୍ଷିତ,କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି, ପୁରୀରୁ ବାହାରି ନିଜ ଘର କାକଟପୁର ଠାରୁ ଏକ ପଟୁଆର ରେ ଶବ ଶୋଭିଯାତ୍ରା ରେ ନିଆ ଯାଇ ପ୍ରାଚୀ ଘାଟ ସ୍ମଶାନ ରେ ବଡ଼ ପୁତ୍ର ସୋମ୍ୟକାନ୍ତ ଖୁଣ୍ଟିଆ (ଲୁଲୁ ) ମୁଖାଗ୍ନି ଦେବେ ବୋଲି ଜଣା ପଡିଛି, ଏହି ମୃତ୍ୟୁ ରେ ଶ୍ରୀ ଖୁଣ୍ଟିଆ ବୈକୁଣ୍ଠ ପ୍ରାପ୍ତି ଯୋଗ ରହିଛି ବୋଲି ସାରା ଅଞ୍ଚଳ ରେ ଚର୍ଚ୍ଚା ହେଉଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply