Home / ସାମାଜିକ / ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ

ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ

whatsapp image 2025 07 25 at 20.37.08 22fd3b83

ପୁରୀ: ତା ୨୫.୭.୨୫ – (ତୃପ୍ତିମୟୀ ଜେନା ) – ପବିତ୍ର ଚିତାଲାଗି ପର୍ବ ଅବସରରେ ପୁରୀ ଗୋବର୍ଦ୍ଧନ ପୀଠରେ ଅଲ୍ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଅନୁଷ୍ଟିତ ହୋଇଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଟିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୪ ମନ୍ଦିରର ୨୫ ଜଣ ସେବାୟତ ଏବଂ ସଙ୍ଘର ଉପଦେଷ୍ଟା ପଣ୍ତିତ ମାତୃପ୍ରାସାଦ ମିଶ୍ର, ଡାକ୍ତର ସିଦ୍ଧାର୍ଥ ସାହୁ ଜଗଦଗୁରୁ ଙ୍କ ସହିତ ଓଡ଼ିଶାର ମନ୍ଦିର ମାନଙ୍କର ସମସ୍ୟା, ସେବାୟତ ମାନଙ୍କ ସମସ୍ୟା, ପାଉଣା ବୃଦ୍ଧି, ମନ୍ଦିର ହୁଣ୍ଡି ମାନଙ୍କରୁ ଭାଗ, ଭେଷ୍ଟ ହୋଇଥିବା ଜାଗା,ସେବା ପୂଜା ଏବଂ ରାଜ୍ୟର ମନ୍ଦିର ମାନକଙ୍କରେ କିପରି ଶୃଙ୍ଖଳିତ ସେବା, ପର୍ବ ପାଳନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

whatsapp image 2025 07 25 at 20.37.09 d03fdd28

ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ମାନଙ୍କର ଦୂରାବସ୍ଥା ଏବଂ ସେବାୟତ ମାନଙ୍କ ସମସ୍ୟା ବିଷୟରେ ଶୁଣିବା ସହିତ ସେବକ ମାନଙ୍କ ଦିନକୁ ୧୮ ଟଙ୍କା, ୬୦ ଟଙ୍କା, ୮୦ ଟଙ୍କା ପାଉଣା ଏବଂ ବିଲବାଡ଼ି ଭେଷ୍ଟ୍ ହିଯାଇଥିବା ଶୁଣି ଜଗଦଗୁରୁ ମର୍ମାହିତ ହୋଇଥିଲେ। ଗୁରୁଦେବଙ୍କ ନିର୍ଦ୍ଦେଶ କ୍ରମେ ଅଲ୍ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ମନ୍ଦିର ଏବଂ ସେବାୟତ ମାନଙ୍କ ବିଷୟରେ ଦେବୋତ୍ତର ବିଭାଗରୁ ଏବଂ ମନ୍ଦିର ମାନଙ୍କରୁ ଏକ ସୂଚନା ସଂଗ୍ରହ ପରେ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ବୈଠକ ରେ ଅନୁଷ୍ଠାନର ସଭାପତି କାମେଶ୍ଵର ତ୍ରୀପାଠୀ, ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ ଏବଂ ସଦସ୍ୟ ପୁନ୍ୟସ୍ଲୋକ ନନ୍ଦ, ରଞ୍ଜିତ ମହାପାତ୍ର,ଜଗମୋହନ ସୂଆର , ମଧୁସୂଦନ ପୂଜାପଣ୍ଡା, ଦେବଦତ୍ତ ମହାପାତ୍ର, ରଂଜନ କୁମାର୍ ମହାପାତ୍ର, କାଳୀ ପ୍ରାସାଦ ମହାପାତ୍ର ଏବଂ ମଠ ପରିଚାଳକ ସୂୟସ୍ ପ୍ରଶାନ୍ତ, ଗୋବର୍ଦ୍ଧନ ପୀଠ ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ଙ୍କ ସହିତ ବିଭିନ୍ନ ମନ୍ଦିର ସେବାୟତ ମାନେ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply