Home / ସାମାଜିକ / ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ନ଼ୟାଗଡର ଯୁବ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ନ଼ୟାଗଡର ଯୁବ ଶିକ୍ଷକ ପ୍ରତାପ କୁମାର ପରିଡ଼ା

img 20250727 wa0017

ନ଼ୟାଗଡ, ତା- ୨୭.୭.୨୫ରିଖଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ। ହାପି ମୋମେଣ୍ଟସ୍ ଅଫ୍ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ୍ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ ଏବଂ ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ରାଜେନ୍ଦ୍ର ପ୍ରସାଦ ପଣ୍ଡା ହାପି ମୋମେଣ୍ଟସ୍ ଅଫ୍ ଇଣ୍ଡିଆ ଅରଗାନାଇଜେସନ ତରଫରୁ ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ଭାବରେ ତିରୁପତି ବିଶ୍ବ ବିଦ୍ୟାଳୟର କୁଳପତି ହରିହର କାନୁନଗୋ ଓ ଶିକ୍ଷାବିତ ଶଶଧର ପଣ୍ଡା , ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ, ପ୍ରବଚିକା ପ୍ରିୟମ୍ବଦା ଦାସ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ଉପସ୍ଥିତ ରହିଥିଲେ । ହାପି ମୋମେଣ୍ଟସ୍ ଅଫ୍ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply