ନୟାଗଡ଼,୨୭.୭.୨୫ରିଖ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ , ନ଼ୟାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ସମ୍ପାଦକ ଶ୍ରୀଯୁକ୍ତ ମାନସ କୁମାର ସାହୁ ବୈଠକର ଆଭିମୁଖ୍ୟ ଜଣାଇବା ପରେ ଶିକ୍ଷକ କର୍ମଚାରୀମାନେ ନିଜ ନିଜର ମତବ୍ୟକ୍ତ କରି ସରକାରଙ୍କ କାଳକ୍ଷେପଣ ନୀତିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସଂଗଠନର ବିଚାରଧାରା ଏବଂ ଆଦର୍ଶ ନେତୃତ୍ୱକୁ ପୁଞ୍ଜିକରି ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ପର୍ବ ଉପରେ ଆଲୋଚନା କରିଥିଲେ । ରାଜ୍ୟ ନେତୃତ୍ୱ ବିନାୟକ ପରିଡ଼ା,ଅଲୋଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ କବିରାଜ ବିଶ୍ଵାଳ,ସଂଗଠନର ଏକତା ଆନ୍ଦୋଳନର ପନ୍ଥା ଉପରେ ଆଲୋଚନା କରିଥିଲେ । ଓଷ୍ଟାର ସଭାପତି ଅଯୋଧ୍ଯା ନାଥ ନାୟକ,ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳେଇ, ବ୍ଲକ ସମ୍ପାଦକ ପ୍ରଭାକର ମିଶ୍ର, ଅଭିମନ୍ୟୁ ମହାନ୍ତି, ଭଗବାନ ସାହୁ ମିଳିତ ମଞ୍ଚର ଦାବି ଗୁଡିକ ଆଲୋଚନା କରି ଆସନ୍ତା 2.8.25 ରିଖ ଦିନ ମଣ୍ଡଳ ଶିକ୍ଷାଧିକାରୀ ଏବଂ 8.8.25 ରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିବାଦ ସଭା ଏବଂ ମାନ୍ୟବର ଶିକ୍ଷାମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା I ଅଗଷ୍ଟ ୧୬ ଦାବି ଦିବସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଏକ ବିଶାଳ ରାଲି ଓ ସମାବେଶରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଗଲା I ପରିଶେଷରେ ନୟାଗଡ଼ ଜିଲ୍ଲା ଓଷ୍ଟାର ଉପ ସଭାପତି ନିରାକାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Social Icons
Featured Posts











