Home / ସାମାଜିକ / ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

whatsapp image 2025 07 28 at 18.42.28 1f8dd258

ପୁରୀ ୨୮/୭/୨୦୨୫ – ତୃପ୍ତିମୟୀ ଜେନା – ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି କୃଷ୍ଣ ପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୭୭ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୫୩ ଗୋଟି ବ୍ୟକ୍ତି ଗତ,୨୦ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ ୪ଗୋଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୨ ଗୋଟି ର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।

whatsapp image 2025 07 28 at 18.49.44 8c34104a

ଏହି ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ସୌମ୍ୟ ରଞ୍ଜନ ମଲ୍ଲିକ,କୃଷ୍ଣ ପସାଦ ବିଡ଼ିଓ ଅମୀୟ କୁମାର ପଣ୍ଡା ,ଭାରପ୍ରାପ୍ତ ତହସିଲଦାର ବିକାଶ ସେଠୀ, ଭାରପ୍ରାପ୍ତ ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଅଗଷ୍ଟ ମାସ ୪ ତାରିଖରେ ଜିଲ୍ଲା ସଦର ମହକୁମା ଠାରେ,୧୧ତାରିଖରେ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ କକ୍ଷରେ,୧୮ତାରିଖରେ ସତ୍ୟବାଦୀ ବ୍ଲକ ସମ୍ମିଳନୀ କକ୍ଷରେ ଓ ଅଗଷ୍ଟ ୨୫ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଦିବା ୧୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply