କାକଟପୁର- ୨୮/୦୭/୨୦୨୫ – ( ତୁଷାର ଦୀକ୍ଷିତ ) -କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ୍ ମଲ୍ଲିକ ଙ୍କ ଅକାଳ ବିୟୋଗ ରେ ସାରା କୋଣାର୍କ ସମେତ ଆଖ ପାଖ ଅଞ୍ଚଳ ରେ ଏକ ଦୁଖଃଦ ସମ୍ବାଦ ପ୍ରଚାରିତ ହେବା ପରେ ତାଙ୍କ କାର୍ଯ୍ୟ ଶୈଳୀ ଓ ତାଙ୍କର ସମ୍ବାଦ ପରିବେଷଣ ଉପରେ ଆଜି କାକଟପୁର ପ୍ରେସ କ୍ଲବ ସହଯୋଗ ରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ଆୟୋଜନ କରିଛି ଶ୍ରଦ୍ଧାଞ୍ଜଳି ସଭା, ଅଜିତ୍ ଜଣେ ଦକ୍ଷ, ଉଚ୍ଚ କୋଟିର ସାମ୍ବାଦିକ କେବଳ ନଥିଲେ ଜଣେ ଜନହିତକର ସମାଜସେବୀ ମଧ୍ୟ ଥିଲେ, ସାମ୍ବାଦିକତା କ୍ଷେତ୍ର ରେ ତାଙ୍କ ର ନିଷ୍ଠାବାନ ପ୍ରଚେଷ୍ଟା ଆଉ ତ୍ୟାଗ ସମାଜ କଲ୍ୟାଣ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ବଳଙ୍ଗା ରେ ଜନ୍ମ ଗ୍ରହଣ କରିଥିଲେ ୧୯୭୩ ମସିହା ମଇ ମାସ ୨୪ ତାରିଖ, ଜଣେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପରିବାର ରୁ ଆସିଥିଲେ ଅଜିତ ବାବୁ, ତାଙ୍କ ଜେଜେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାପା ମା ଉଭୟ ସାଧାରଣ ଶିକ୍ଷକ ଆଉ ସେ ଥିଲେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ର ଏକ ଉଚ୍ଚକୋଟି ର ସାମ୍ବାଦିକ, ତାଙ୍କ ର ଅନ୍ୟ ଏକ ପରିଚୟ ରହିଛି ” ସାଲିସ ବିହୀନ ସାମ୍ବାଦିକ “, ତାଙ୍କର କୋଣାର୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମୟ ରେ ଗତ ଜୁଲାଇ ମାସ ୨୧ ତାରିଖ ରେ ତାଙ୍କ ଟେବୁଲ ଉପରେ ଟଳିପଡ଼ିଥିଲେ, ଏପରି ଅବସ୍ଥା ରେ ଥିଲେ ଅନ୍ୟ ମାନେ ଭାବୁଛନ୍ତି ସେ ଶୋଇଛନ୍ତି କିନ୍ତୁ ବାସ୍ତବ ରେ ସବୁଦିନ ପାଇଁ ଶୋଇଯାଇଥିଲେ ଅଜିତ l

ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଗୋପ ପ୍ରେସ କ୍ଲବର ସଭାପତି ଭାରତୀ ଭୂଷଣ ଉପାଧ୍ୟାୟ, ଅସ୍ତରଙ୍ଗ ର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ, ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସମ୍ପାଦକ ଆଦିତ୍ୟ ରାଉତ, କାକଟପୁର ପ୍ରେସ କ୍ଲବ ର ତୁଷାର ରଞ୍ଜନ ଦୀକ୍ଷିତ ମଞ୍ଚାସିନ ହୋଈ ଅଜିତ ଙ୍କ ସ୍ମୃତି ଚାରଣ କରିଥିଲେ,କାକଟପୁର ପ୍ରେସ କ୍ଳବ ସଭ୍ୟ ଦୀକ୍ଷିତ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କିଛି ଆର୍ଥିକ ସହାୟତା କରିବା ପାଇଁ ଏବଂ ଏହି କଥାକୁ ମଙ୍ଗଳା କ୍ରିକେଟ କ୍ଳବ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା ସମର୍ଥନ ଜଣାଇଲା ପରେ ଜଣେ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ କୁମାର ମୁଦୁଲି ସ୍ମୃତି ଚାରଣ କରିବା ସହିତ ଅଜିତ ମଲ୍ଲିକ ଙ୍କ ପରିବାର କୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ନିମାପଡା ପ୍ରେସ କ୍ଳବ ସଭାପତି ଅକ୍ଷୟ ବେହେରା 7 000 ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିବା ପରେ ସମସ୍ତ ଙ୍କ ମନୋବଳ ଆହୁରି ବୃଦ୍ଧି ପାଇଥିଲା ଏବଂ ଏହି ସମୟରେ ସମସ୍ତେ କିଛି କିଛି ଅର୍ଥ ରାଶି ସହାୟତା କରିବାକୁ ହାତ ବଢ଼ାଇ ଥିଲେ ଏବଂ ଅଜିତ ମଲ୍ଲିକ ଙ୍କ ପରିବାର ର ଫୋନ ପେ ମାଧ୍ୟମରେ ଏହି ଆର୍ଥିକ ସହାୟତା ଦେବା ପାଇଁ ସମସ୍ତେ ଆଗ୍ରହତାର ସହିତ ରାଜି ହୋଇଥିଲେ, ଏହି କାର୍ଯ୍ୟକ୍ରମ ରେ କାକଟପୁର ପ୍ରେସ କ୍ଳବ ତରଫରୁ ସମରେନ୍ଦ୍ର ଦୀକ୍ଷିତ,ପ୍ରଶାନ୍ତ ଜେନା,ମାନସ କୁମାର ଦୀକ୍ଷିତ, ଭାଗିରଥି ସ୍ୱାଇଁ, ବ୍ରଜ ବନ୍ଧୁ ସାହୂ, ପ୍ରଭାସ ପୃଷ୍ଟି,ପ୍ରଭାତ ଦୀକ୍ଷିତ, ଅକ୍ଷୟ ପ୍ରସାଦ ମହାନ୍ତି ଯୋଗ ଦେଇଥିବା ବେଳେ ପିପିଲି ରୁ ବିଜୟ କୁମାର ମହାପାତ୍ର,ଅସ୍ତରଙ୍ଗ ରୁ ସମୀର କର, ପ୍ରଶାନ୍ତ ବାରିକ, ଆର୍ଯ୍ୟ ବିଶ୍ୱାଳ, ମନୋଜ ବିଶ୍ୱାଳ, ଲୋକନାଥ ସ୍ୱାଇଁ, ସମୀର ବେହୁରା, ବିଜୟ ବେହେରା ଙ୍କ ସମେତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ କାକଟପୁର, ଚାରିଛକ, ନିମାପଡା, ଗୋପ, କୋଣାର୍କ ସମେତ ଅନେକ ବରିଷ୍ଠ ଓ ଯୁବ ସାମ୍ବାଦିକ ରହି ଶ୍ରଦ୍ଧାଞ୍ଜଳି ସଭା ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ସମସ୍ତ କାର୍ଯ୍ୟ କୁ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି ମଞ୍ଚ ପରିଚାଳନା କରିଥିଲେ l











