Home / ମୁଖ୍ୟ ଖବର / ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଅଭିଭାବକ ମାନଙ୍କ ଧାରଣା ।

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଅଭିଭାବକ ମାନଙ୍କ ଧାରଣା ।

whatsapp image 2025 07 31 at 23.03.29 0e9e5bb2

ନୟାଗଡ, ୩୧. ୭.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ବିନାୟକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ,ମାତୃମଞ୍ଚ ଓ ଅଭିଭାବକ ମାନେ ମିଳିତ ଭାବରେ ବିଦ୍ୟାଳୟରେ ଚାବି ପକେଇ ବାରଣ୍ଡାରେ ଧାରଣାରେ ବସିଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ କମିଟି ସଦସ୍ୟମାନେ ବାରମ୍ବାର ବିଇଓ ଅଫିସରେ ଜଣାଇବା ସତ୍ବେ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକ ନିଯୁକ୍ତି କଲେ ନାହିଁ।

whatsapp image 2025 07 31 at 23.02.57 c73741d7

ତେଣୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଶିକ୍ଷା ଗ୍ରହଣକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ସିଆରସିସି ରାଜକୁମାର ସେଠୀ, ଶିକ୍ଷକ ନେତା ଭକ୍ତ ରଞ୍ଜନ ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ହୋଇ ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଅଭିଭାବକ ମାନେ ବିଦ୍ୟାଳୟକୁ ବିଇଓ ମହାଶୟ ଆସିବାକୁ ଅଡ଼ି ବସିଥିଲେ। ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ରାଜକିଶୋର ସାହୁ ବିଦ୍ୟାଳୟରେ ପହଞ୍ଚି ଅଭିଭାବକମାନଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ଶିକ୍ଷକ ଦିଆଯିବା ପାଇଁ କହିଥିଲେ ମଧ୍ୟ ସେମାନଙ୍କ ଏକା ଜିଦ୍ ଶିକ୍ଷକ ଦେଲେ ହିଁ ଆମେମାନେ ଏଠାରୁ ଯିବୁ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମର ଧାରଣା ଜାରି ରହିବ। ଫଳରେ ଏବିଇଓ ରାଜକିଶୋର ସାହୁ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଭୀମସେନ କୃଷି ବିଦ୍ୟାପୀଠ, ବାଉଁଶଗାଡିଆରୁ ସରୋଜ କୁମାର ସାହୁଙ୍କୁ ବିନାୟକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଲିଖିତ ଆଦେଶ ପ୍ରଦାନ କରିଥିଲେ। ଭବିଷ୍ୟତରେ ଆଉ ଦୁଇଜଣ ଶିକ୍ଷକଙ୍କୁ ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ଦୁଇଟା ପରେ ଅଭିଭାବକ ମାନେ ଧାରଣାରୁ ଉଠିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply