Home / ମୁଖ୍ୟ ଖବର / ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ପୁରୀ ସ୍ୱଚ୍ଛ ମାଛ ବଜାର ଉଦ୍ଘାଟିତ

ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ପୁରୀ ସ୍ୱଚ୍ଛ ମାଛ ବଜାର ଉଦ୍ଘାଟିତ

img

ପୁରୀ – ୨୧/୧୧/୨୫- ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ବହୁ ପ୍ରତିକ୍ଷୀତ ପୁରୀ ଜିଲ୍ଲା ସ୍ୱଚ୍ଚ ମାଛ ବଜାର ଉଦ୍ଘାଟିତ ହୋଇଛି।ପୁରୀ ତାଳବଣିଆ ସ୍ଥିତ ଏହି ସ୍ୱଚ୍ଛ ମାଛ ବଜାର କୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମାନ୍ୟବର ମନ୍ତ୍ରି ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ।ପୁରୀ ସହର ବାସି ତଥା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସ୍ୱଚ୍ଛ ପରିବେଶ ଭିତରେ ମଧୁର ମାଛ,ଲୁଣି ମାଛ ସହିତ ଚିଲିକା ମାଛ ଏହି ମତ୍ସ୍ୟ ବଜାର ମଧ୍ୟରେ ଉଉଲବ୍ଧ ହେବ।ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ପୁରୀ ମ୍ୟୁନିସପାଲିଟି ଏନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ସ୍ଵାଧୀନ ବିଶ୍ଵାଳ,ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ର ପୁରୀ ର ବରିଷ୍ଠ ବୈଜ୍ଞାନିକ ଜ୍ଞାନ ରଞ୍ଜନ ଦାସ,ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉଳ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅଜୟ କୁମାର ବସ୍ତିୟା,ପୁରୀ ଜିଲ୍ଲା ମତ୍ସ୍ୟଜୀବି ଇଉନିୟନ୍ ସଭାପତି ଶ୍ରୀ ବାବୁଲା ପ୍ରସାଦ, ପୁରୀ ଜିଲ୍ଲା ଡି ପି ଏମ ଇଉ ପରାମର୍ଶଦାତା ଶ୍ରୀ ସିଦ୍ଧାର୍ଥ ରାୟ ଯୋଗ ଦେଇ ଉପସ୍ଥିତ ମତ୍ସ୍ୟଜିବୀ ମାନଙ୍କୁ ଶୁଭେଛା ବାର୍ତ୍ତା ଦେବା ସହିତ କିଭଳି ଭାବରେ ଏହି ସ୍ୱଚ୍ଛ ମାଛ ବଜାର ସୁନ୍ଦର ଭାବରେ ପରିଚାଳିତ ହେବ ସେଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ମତ୍ସ୍ୟ ସମବାୟ ଇୟୁନିୟନ୍ କର୍ମକର୍ତ୍ତମାନଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। କାର୍ଯ୍ୟ କ୍ରମକୁ ଜିଲ୍ଲା ସହକାରୀ ମତ୍ସ୍ୟଜୀବୀ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ପାଣି ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply