Home / ମୁଖ୍ୟ ଖବର / ନୟାଗଡ଼ରେ ସାମ୍ବାଦିକଙ୍କୁ ଅସମ୍ମାନ। ସରକାରୀ କାର୍ଯ୍ୟକ୍ରମ ଅଧାରୁ ଚାଲିଗଲେ ସମସ୍ତ ସାମ୍ବାଦିକ

ନୟାଗଡ଼ରେ ସାମ୍ବାଦିକଙ୍କୁ ଅସମ୍ମାନ। ସରକାରୀ କାର୍ଯ୍ୟକ୍ରମ ଅଧାରୁ ଚାଲିଗଲେ ସମସ୍ତ ସାମ୍ବାଦିକ

whatsapp image 2025 08 01 at 20.49.32 f919b280

ନୟାଗଡ଼,ତା – ୧.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ୍ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

whatsapp image 2025 08 01 at 20.49.31 1b76b139

ପଠାଣି ସାମନ୍ତ ପ୍ରେକ୍ଷାଳୟ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜରିଆରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ସଂଗ୍ରହ ପାଇଁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ଅତିଥିମାନେ ଉକ୍ତ ହାଟ ଉଦଘାଟନ କରି ସଭା ଆରମ୍ଭ କରିଥିବା ବେଳେ ଅବ୍ୟବସ୍ଥିତ କାର୍ଯ୍ୟକ୍ରମ ଯୋଗୁଁ ସାମ୍ବାଦିକମାନେ ବସିବା ପାଇଁ ଚେୟାର୍ ମଧ୍ୟ ନଥିଲା । ଦୀର୍ଘ ସମୟ ଧରି ଗଣମାଧ୍ୟମ ପ୍ରତିନିଧିମାନେ ଖରାରେ ଠିଆ ହୋଇ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଜାଣି ଅଜଣା ହେବାର ଅଭିନୟ କରିଥିଲା । ଯାହାକୁ ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ନିକଟରେ ନିଜର କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟକ୍ରମରୁ ଚାଲି ଯାଇଥିଲେ । ସଦାବେଳେ ଲମ୍ବା ଭାଷଣ ମାରୁଥିବା ଯଶ୍ଵସୀ ଖଣ୍ଡପଡ଼ା ବିଧାୟକ ଏକଥାକୁ ନ ଜାଣିଲା ପରି ଧ୍ୟାନ ନ ଦେଇ ଖାଦ୍ୟ ପେୟରେ ମଜି ଯାଇଥିଲେ ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ବହୁ ବୁଝାଶୁଝା କରିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଜିଲ୍ଲା ପ୍ରଶାସନ ଅସମ୍ମାନ କରିଥିବା ଅଭିଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଏଭଳି କରାଯାଉଥିବାରୁ ସମସ୍ତ ସାମ୍ବାଦିକ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବିଗତ ଦିନରେ ବିକାଶ ମେଳା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟକ୍ରମରେ ଏଭଳି ଅବ୍ୟବସ୍ଥା କରାଯାଇ ସାମ୍ବାଦିକଙ୍କୁ ଅସମ୍ମାନ କରାଯାଉଥିବା ଦେଖାଯାଇଛି । ଯାହାକୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ସାମ୍ବାଦିକଙ୍କ ପକ୍ଷରୁ ସୂଚନା ମିଳିଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply