Home / ସାମାଜିକ / ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଏକ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଏକ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

whatsapp image 2025 08 02 at 20.40.08 8b516263

ସତ୍ୟବାଦୀ ତା ୦୨/୦୮/୨୦୨୫ – ନି:ପ୍ର. – ମଧୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଏକ ସଚେତନ ଧାର୍ମୀ କାର୍ଯ୍ୟକ୍ରମ ନିଶାମୁକ୍ତ ସମାଜ ଓ ସବୁଜ ପୃଥିବୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୋପବନ୍ଧୁ ଦାସ ଓ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଆଲୋଚନା ଆରମ୍ଭରେ ଭାରତମାତା ଓ ବିବେକାନନ୍ଦଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯିବା ସହିତ ବନ୍ଦେ ମାତରଂ ଗାନ କରାଯାଇ ଥିଲା।

whatsapp image 2025 08 02 at 20.40.07 6c4490bc

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ଶତପଥୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସଭାପତିତ୍ବ କରିଥିଲେ ଭରତ ବିକାଶ ପରିଷଦ ର ରାଜ୍ୟ ସଭାପତି ସତ୍ୟବାଦୀ ଦାସ। ମଞ୍ଚ ପରିଚାଳନା କରିଥିଲେ ଶାଖା ସଚିବ ବିଜୟ କୁମାର ପରିଡ଼ା। ଆଲୋଚନା ମାଧୟମରେ ବର୍ତ୍ତମାନ ସମାଜରେ ପାନ,ସିଗାରେଟ, ଗୁଟୁକା ସହିତ ମଦ ସେବନର କୁପରିଣାମ କିପରି ଭୟଙ୍କର ସମସ୍ୟା ସୃଷ୍ଟି କରୁଛି , ଅତିଥି ମାନେ ଆଲୋକପାତ କରିଥିଲେ। ନିଶା ମୁକ୍ତ ଜୀବନ ସୁସ୍ଥ ସମାଜ ଗଠନ ରେ କିପରି ସହାୟକ ହେବ ତାହା ବୁଝାଇ ଥିଲେ। ବୃକ୍ଷ ରୋପଣ କରି ସବୁଜ ପୃଥିବୀ ଗଠନ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସମସ୍ତେ ଗୁରୁତ୍ଵ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ନିଶାକୁ ନା କହି ଶପଥ ନେଇଥିଲେ। ବିଦ୍ୟାଳୟ ପରିସରରେ କୋଡ଼ିଏ ଗୋଟି ଫଳ ଓ ଫୁଲ ଚାରା ରୋପଣ କରାଯାଇ ଥିଲା। ଏଥିରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ର ସମ୍ପର୍କ ସଚିବ ନବଘନ ଶତପଥୀ, ସେବା ସଚିବ ଦେବରାଜ ନାୟକ, ପାର୍ଯ୍ୟବରଣ ସଚିବ ବିଭୁ ପ୍ରସାଦ ମହାପାତ୍ର ଓ ସଂଗ୍ରାମ ମହାପାତ୍ର ଯୋଗ ଦେଇ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀ ବାଳକୃଷ୍ଣ ରାଉତ ଓ ସ୍ୱୟମ ଶ୍ରୀ ପଣ୍ଡା ନିଜର ସୁନ୍ଦର ଅଭିମତ ରଖିଥିଲେ। ପିଲାମାନଙ୍କୁ ଗୀତା ବହି ଓ କଲମ ଉପ ହାର ଦିଆଯାଇ ଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply