ନୟାଗଡ଼, ତା- ୫.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମେ ପ୍ରକାଶ ପାଇଥିଲା ଓଡିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକା କର୍ମବୀର ଗୌରୀ ଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କର ଅଦମ୍ୟ ପ୍ରଚେଷ୍ଟାରେ l ଯାହାକି ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସହାୟକ ହୋଇଥିଲା l ସେହି ଦିବସଟିକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବରେ ସାରା ଓଡ଼ିଶାରେ ଆଡ଼ମ୍ବରରେ ପାଳନ କରାଯାଉଛି l ନୟାଗଡ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ଏହି ମହାନ ଦିବସରେ ନୟାଗଡ଼ ଜିଲ୍ଲାର ଅର୍ଦ୍ଧ ଶତକରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l

କ୍ଲବ ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ,ମୁଖ୍ୟ ବକ୍ତା ନୟାଗଡ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ,ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଯୋଗଦେଇଥିଲେ l ଉତ୍କଳ ସାମ୍ବାଦିକ ସଙ୍ଘର ନୟାଗଡ ଶାଖା ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ଖଟେଇ ସମାଜ ଗଠନରେ ନିର୍ଭିକ ସାମ୍ବାଦିକମାନେ ଳସମ୍ମୁଖୀନ ହେଉଥିବା ଘାତ ପ୍ରତିଘାତ ବିଷୟରେ ଆଲୋକପାତ କରିଥିଲେ ଓ ସାମ୍ବାଦିକ ମାନଙ୍କର ମୌଳିକ ଆବଶ୍ୟକତା,ଭତ୍ତା, ସୁରକ୍ଷା ପାଇଁ ସରକାରଙ୍କର ଆନ୍ତରିକତା ଲୋଡ଼ିଥିଲେ l ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ଚନ୍ଦ୍ର ବିଜୟୀ ମିଶ୍ର, ରାମକୃଷ୍ଣ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ହୁସେନ ଖାଁ, ଜୟେନ୍ଦ୍ର ବେହେରା ପ୍ରମୁଖ ଏହି ଦିବସ ଉପଲକ୍ଷେ ନିଜର ମତାମତ ରଖିଥିଲେ l କ୍ଲବ ସମ୍ପାଦକ ରୋଟାରୀଆନ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ କ୍ଲବର ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ l











