Home / ସାମାଜିକ / ସ୍ୱାଧୀନତା ଦିବସ ପାଇଁ ପ୍ରେସକ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ

ସ୍ୱାଧୀନତା ଦିବସ ପାଇଁ ପ୍ରେସକ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ

whatsapp image 2025 08 06 at 11.42.22 de6743d4

କାକଟପୁର ତା ୬/୮/୨୦୨୫ (ତୁଷାର ଦୀକ୍ଷିତ ) କାକଟପୁର ପ୍ରେସ କ୍ଳବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ନିକଟସ୍ଥ ଖୁଣ୍ଟିଆ କନଭେନ୍ସନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଆସନ୍ତା ୭୯ ତମ ସ୍ବାଧୀନତା ଦିବସ କିଭଳି ପାଳନ କରାଯିବ ସେଥିନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଉପସ୍ଥିତ ସମସ୍ତ ବରିଷ୍ଠ ଓ କାର୍ଯ୍ୟରତ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସ୍ବାଧୀନତା ଦିବସ କିଭଳି ମହାଆଡମ୍ବରରେ ପାଳନ କରାଯିବ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ଥିଲେ । ଆଜିର ଏହି ବୈଠକରେ ଉପ-ସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, ସହ-ସମ୍ପାଦକ -ପ୍ରଭାତ ଦୀକ୍ଷିତ,କୋଷାଧ୍ୟକ୍ଷ ଭାଗବତ ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି, ପ୍ରଭାସ ପୃଷ୍ଟି, ପ୍ରଦୀପ୍ତ କୁମାର ଦୀକ୍ଷିତ,ସମସୁଲ ଆରିଫିନ, ମାନସ ଦୀକ୍ଷିତ, ଅକ୍ଷୟ ପ୍ରସାଦ ମହାନ୍ତି, ପ୍ରଶାନ୍ତ ଜେନା, ପ୍ରଦୀପ ପଣ୍ଡା,ବ୍ରଜକିଶୋର ସାହୁ, ଶୁଭଦର୍ଶନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ କୁତ୍ତାମଚଣ୍ଡୀ ପୀଠରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply