ପୁରୀ ତା-୦୫/୦୮/୨୫ ରିଖ- ସୂରଜମଲସାହା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ କଲେଜ ଶୈକ୍ଷିକ ଓ ଢାଞ୍ଚାଗତ ବିକାଶର ପ୍ରଶ୍ନ ନେଇ ଏକ ୧୦ ଜଣିଆ ପ୍ରତିନିଧି ଦଳ ଜିଲ୍ଲପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ର ଛାତ୍ରୀ ମାନେ ସୂରଜମଲସାହା ମହାବିଦ୍ୟାଳୟକୁ ୫ଏକର ଜମିପ୍ରଦାନ, ଟାଉନ ବସ ସେବା ଯୋଗାଇଦେବା, କଲେଜର ରାସ୍ତା ଜାତୀୟ ରାଜପଥ ସମ୍ପ୍ରସାରଣ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷିତ ଉନ୍ନୟନ ଅନୁଦାନ ଟଙ୍କା ତୁରନ୍ତ ପ୍ରଦାନ କରିବାର ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଥିଲେ। ଜିଲ୍ଲାପାଳ ମଧ୍ୟ ଦାବୀପତ୍ରକୁ ପାଇ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।ଛାତ୍ରନେତା ଚନ୍ଦନ ସାହୁ ଜିଲ୍ଲପାଳଙ୍କୁ ସାକ୍ଷାତ କରି କହିଲେ ଯେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ କମିଶନରୁ ଅନୁଦାନ ପାଇବା ପାଇଁ ଯୋଗ୍ୟ ହେବାକୁ ହେଲେ ସ୍ଥିରୀକୃତ ନିୟମ ଅନୁଯାୟୀ କଲେଜ ନାମରେ ୧୦ ଏକର ଜମି ପଞ୍ଜୀକୃତ ହେବାର ଆବଶ୍ୟକତା ରହିଛି । କଲେଜର ନିଜ ନାମରେ ୪ ଏକର ଜମି ଓ ୦.୯୯ ଏକର ଜମି କଲେଜ ଦଖଲରେ ରହିଛି ।

ରାଜ୍ୟ ସରକାରଙ୍କ ପ୍ରାକୃତିକ ଦୁର୍ବିପାକ ପରିଚାଳନା ଓ ରାଜସ୍ବ ବିଭାଗ ପକ୍ଷରୁ ଜାରୀ ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସଂଲଗ୍ନ ଜମିରୁ ସେହି ଶିକ୍ଷାନୁଷ୍ଠାନ ପାଇଁ ଆବଶ୍ୟକ ଜମି କଯୋଗାଇ ଦିଆଯିବ ବୋଲି ଉଲ୍ଲେଖ ରହିଛି । ଏଥି ପୁର୍ବରୁ କଲେଜ କର୍ତ୍ତୃପକ୍ଷ ଏ ଦିଗରେ ଯଥାବିଧି ଆବେଦନ କରିବା ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ରାଜ୍ୟସରକାରଙ୍କୁ ଏ ବିଷୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ଅଗ୍ରଗତି ହୋଇ ନାହିଁ । ଆବଶ୍ୟକୀୟ ଜମି ଅଭାବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଢାଞ୍ଚାଗତ ଉନ୍ନୟନ ପାଣ୍ଠି ବିନିଯୋଗ ବିନିଯୋଗ ହୋଇ ପାରୁ ନାହିଁ ।
କଲେଜ ଜମିର ସୀମା ନିର୍ଦ୍ଧାରଣ ନହେବା ଓ ପାଚେରୀ ନହେବା ଯୋଗୁଁ ବାହାର ଲୋକେ କଲେଜ ଜମି ଉପରେ ଅଯଥା ବିବାଦ ଓ ଅବରୋଧ କରୁଛନ୍ତି ।
ଏହା ଉପରେ ତୁରନ୍ତ ଦୃଷ୍ଟିଗୋଚର କରି ଦୃଢ଼ଭାବରେ ଉଚିତ ପଦକ୍ଷେପ ନେବାପାଇଁ ଛାତ୍ର ନେତା ଚନ୍ଦନ ସାହୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ସମସ୍ତ ଘଟଣାକୁ ଶୁଣି ପ୍ରତିଶୃତି ଦେଇଛନ୍ତି ଯେ ଏକ ମାସ ଭିତରେ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଛାତ୍ରନେତା ଚନ୍ଦନ ସାହୁ, ଅନିଲ ବେହେରା, ରୁଦ୍ର ମହାବୀର ପଣ୍ଡା, ରାଜେଶ ସ୍ୱାଇଁ, ଶୋହେବ ଆକତର, ରାଜକୁମାର ପାତ୍ର,ସିଦ୍ଧାନ୍ତ ରାଉତରାୟ, ସ୍ୱରାଜ ବେହେରା,ରାଜେଶ ଖଟେଇ,ନିରଞ୍ଜନ ଖଟେଇ ପ୍ରମୁଖ ନେତୃବୃନ୍ଦ ଦାବୀ ପତ୍ର ପ୍ରଦାନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ।











