Home / ସାମାଜିକ / ବଳଙ୍ଗା ଛାତ୍ରୀ ମୃତ ପ୍ରତିବାଦରେ କାକଟପୁର ବିଜେଡିର ହରତାଳ

ବଳଙ୍ଗା ଛାତ୍ରୀ ମୃତ ପ୍ରତିବାଦରେ କାକଟପୁର ବିଜେଡିର ହରତାଳ

whatsapp image 2025 08 08 at 08.19.47 bdb3ad23

କାକଟପୁର ତା ୭/୮/୨୦୨୫ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ବଳଙ୍ଗର ନାବାଳିକା ଛାତ୍ରୀ ମୃତ୍ୟୁକୁ ନେଇ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି କାକଟପୁର ବିଜେଡି ପକ୍ଷରୁ ୬ ଘଣ୍ଟିଆ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି l ରାଜ୍ୟ ବିଜେଡି ପକ୍ଷରୁ ପୁରୀ ଜିଲ୍ଲାର ୬ ଘଣ୍ଟିଆ ହରତାଳ ପାଇଁ ନିର୍ଦ୍ଦେଶ କ୍ରମେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ପୁରୀଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ଆହ୍ୱାନରେ ସକାଳ ୬ ଘଟିକା ସମୟରେ ବିଜେଡି କର୍ମୀ ମାନେ ଏକାଠି ହୋଇ ବଜାରର ବିଭିନ୍ନ ଛକ ଜାଗା ମାନଙ୍କରେ ପିକେଟିଂ କରିଥିଲେ l

whatsapp image 2025 08 08 at 08.20.07 ac09ea9a

ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର,ସମସ୍ତ ଯାନବାହାନ ସାଧାରଣ ଜନତାଙ୍କୁ ସହଯୋଗ କରିବାପାଇଁ ନିଜେ ବିଧାୟକ ଶ୍ରୀ ବେହେରା ହାତଯୋଡ଼ି ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା l ଆଜିର ଏହି ବନ୍ଦକୁ କାକଟପୁରର ସମସ୍ତ ବ୍ୟବସାୟୀ, ସାଧାରଣ ଲୋକମାନେ ସମର୍ଥନ କରିଥିବା ସହିତ ୬ ଘଣ୍ଟା କାଳ ଛକ ବଜାର ଏକ ପ୍ରକାର ଶୂନଶାନ ହୋଇପଡିଥିବା ଦେଖିବାକୁ ମିଳିଥିଲା l ଏହି ବନ୍ଦ ପାଳନରେ କାକଟପୁର ସରପଞ୍ଚ ଅଭୟ ସେଠୀ, ବର୍ଷିଆନ ନେତା ପ୍ରାଣକୃଷ୍ଣ ମଲ୍ଲିକ,ଯୁବନେତା ହିମାଂଶୁ ଭୂଷଣ ଦୀକ୍ଷିତ, ବିଶ୍ୱଜିତ ଦାଶ,ମାନସ କୁମାର ଦୀକ୍ଷିତ,ପୂର୍ବତ୍ତନ ସରପଞ୍ଚ ତପନ କୁମାର ଦୀକ୍ଷିତ,ଦୀପକ ଶତପଥୀ, ପୂର୍ବତନ ସରପଞ୍ଚ ସୁକାନ୍ତ ନାୟକ,କଟକଣା ସରପଞ୍ଚ ଶେଖ ସିକନ୍ଦର, ଶିବଚରଣ ପାତ୍ର, ଲିଙ୍ଗରାଜ ଚାନ୍ଦଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply