Home / ମୁଖ୍ୟ ଖବର / ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ କାକଟପୁର ମେଡିକାଲ ରେ ଭର୍ତି

ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ କାକଟପୁର ମେଡିକାଲ ରେ ଭର୍ତି

portalnewsthumbnail

କାକଟପୁର ୮/୮/୨୦୨୫ ( ତୁଷାର ଦୀକ୍ଷିତ ) କାକଟପୁର ମେଡିକାଲ ଛକ ଠାରେ ଗତ କାଲି ରାତ୍ର ୯ ଘଟିକା ସମୟରେ ବେହେରା ମେଡ଼ିସିନ ଷ୍ଟୋର ରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ ଜଳିଯିଵା ସହିତ ଦୋକାନ ମାଲିକ ବିଷ୍ଣୁ ଚରଣ ବେହେରା ଆହତ ହୋଇ କାକଟପୁର ମେଡିକାଲ ରେ ଚିକିତ୍ସା ଧୀନ ଅଛନ୍ତି। ସେଠାରେ ଉପସ୍ଥିତ ପାଖ ଦୋକାନୀ ଙ୍କ କହିବା ଅନୁଯାଇ ବିଷ୍ଣୁ ଚରଣ ବେହେରା ଦୋକାନ ରେ ଧୂପ ଦେଇ ଘରକୁ ବାହାରୁଥିଲେ।ଗାଡ଼ିରେ ପକେଇବା ପାଇଁ ଆଣିଥିବା ପେଟ୍ରୋଲ ଦୋକାନ ରେ ଠିପି ଖୋଲିବା ଖେଣି ହଟାତ ଏକ ପ୍ରଚଣ୍ଡ ଶବ୍ଦ କରି ଦୋକାନ ର ଚାରିଆଡେ ନିଆଁ ଲାଗିଗଲା। କାକଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପଂହଁଚି ଅଗ୍ନିଶମ ବିଭାଗ କୁ ଖବର ଦେଇ ଜଳୁଥିବା ନିଆଁ ଆୟତ୍ତ କରିଥିଲେ ଓ ଗୁରୁତର ଆହତ ମାଲିକ ବିଷ୍ଣୁ ବେହେରା ଙ୍କୁ ଚିକିତ୍ସା ପାଇଁ କାକଟପୁର ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ. ସୂଚନା ମୁତାବକ ସେ ସାମୟିକ ସୁସ୍ଥ ଥିବା ଜଣାପଡିଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply