Home / ସ୍ୱାସ୍ଥ୍ୟ / ସତ୍ୟବାଦୀରେ ଫେଲ ମାରିଛି ସ୍ବଚ୍ଛ ଭାରତ ମିଶନ

ସତ୍ୟବାଦୀରେ ଫେଲ ମାରିଛି ସ୍ବଚ୍ଛ ଭାରତ ମିଶନ

whatsapp image 2025 08 08 at 21.49.39 bcffc1a9

ସତ୍ୟବାଦୀ :-୦୯/୦୮/୨୦୨୫ – ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ଯାହାକି ଏକ ପୁଣ୍ୟ ଭୂମି ଭାବେ ଖ୍ୟାତ । ପ୍ରତିଦିନ ସାକ୍ଷୀଗୋପୀନାଥ ଦେବ ଙ୍କ ମନ୍ଦିରକୁ ଦୂର ଦୁରାନ୍ତରୁ ଦର୍ଶନ ନିମିତ ଆସିଥାନ୍ତି ହଜାର ହଜାର ଭକ୍ତ । ଗତ ଏକବର୍ଷ ତଳେ ସତ୍ୟବାଦୀ କୁ ଏନ.ଏ.ସି. ଘୋଷଣା କରିଥିଲେ ପୂର୍ବତନ ସରକାର , ସତ୍ୟବାଦୀ ବ୍ଲକ ତରଫରୁ କେନ୍ଦ୍ର ସରକାରଙ୍କ ଅନୁଦାନ ରେ ସଂଗଠିତ ହୋଇଥିଲା ଏକ ସ୍ୱଚ୍ଛ ଭାରତ ମିଶନ ଏବଂ ଆସିଥିଲା ଅଳିଆ ଗୋଟାଇବା ଗାଡି । କିନ୍ତୁ ଆଜି ସେ ଅଳିଆ ଗୋଟାଇବା ଗାଡି କୁଆଡେ ଗଲା ଏବଂ ସେଥିରେ ନିଯୁକ୍ତି ପାଇଥିବା ଲୋକ କୁଆଡେ ଗଲେ ତାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ସତ୍ୟବାଦୀ ବଜାର ମଝିରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ଡାକ୍ତରଖାନା ର ଚାରିପଟେ , ଓଭର ବ୍ରିଜ ତଳେ , ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଚେରୀ କଡ , ସାକ୍ଷୀଗୋପିନାଥ ଙ୍କ ମନ୍ଦିର ଚାରିପଟେ, ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟ କଡ଼ରେ ମଧ୍ୟ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ। ସତ୍ୟବାଦୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ପରିବେଶ ରେ ବୁଲି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଗୋଟେପଟେ ସ୍ୱଚ୍ଛ ଭାରତ ମିଶନ ନାମରେ ପ୍ରକଳ୍ପ କରାଯାଇ କାଗଜ ପତ୍ରରେ ସୀମିତ ରହୁଥିବାବେଳେ , ବାସ୍ତବିକ୍ ଚିତ୍ର ଅନ୍ୟ କିଛି କହୁଥିବା ଦେଖିବାକୁ ମିଳୁଛି । ଏବେ ଦେଖିବାକୁ ବାକି ରହିଲା କେବେ ପୁଣି କାର୍ଯ୍ୟକ୍ଷମ ହେଉଚି ସ୍ୱଚ୍ଛ ଭାରତ ମିଶନ ଓ ସଫା ହେଉଚି ସତ୍ୟବାଦୀ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply