ସତ୍ୟବାଦୀ:- ପଞ୍ଚସଖା ଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପଣ୍ଡିତ କୃପାସିନ୍ଧୁ ମିଶ୍ର । ଯିଏ ପୁରୀ ଜିଲ୍ଲା ର ବୀର ହରେକୃଷ୍ଣ ପୁର ଗ୍ରାମରେ ୨୭-୦୬-୧୮୮୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ବନବିଦ୍ୟାଳୟ ର ଜଣେ ଶିକ୍ଷକ ତଥା ପଞ୍ଚସଖାଙ୍କ ମଧ୍ୟରୁ ଜଣେ । ଯାହାଙ୍କ ହୃଦୟ ଜନତାଙ୍କ ପାଇଁ ସବୁବେଳେ ସ୍ପନ୍ଦିତ ହେଉଥିଲା । କିନ୍ତୁ ତାଙ୍କ ପ୍ରତିମୂର୍ତ୍ତି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ମୂର୍ତ୍ତିର କିଛି ଅଂଶ ଭାଙ୍ଗିବାକୁ ବସିଥିବାବେଳେ ଚାରିପାଖ ରେ ମାଡି ଗଲାଣି ଅନାବନା ଗଛ ଓ ପାଲଟିଛି ସରୀସୃପ ଙ୍କ ବାସସ୍ଥଳୀ । ସୂଚନା ଥାଉକି ବିରପ୍ରତାପ ପୁର ଗାଁ ମୁଣ୍ଡରେ ଏହି ପ୍ରତିମୂର୍ତ୍ତି କାହିଁ କେଉଁ କାଳରୁ ବସିଥିବାବେଳେ ଏହାର ଯତ୍ନ ନେବାକୁ ସତେ ଯେମିତି ଭୁଲି ଯାଇଛନ୍ତି ପ୍ରଶାସନ ଓ ଗ୍ରାମବାସୀ । ଆପଣଙ୍କୁ କହିରଖୁଚୁ ଗାଁ ମଝିରେ ଏବେ କିଛିବର୍ଷ ହେବ ସରକାରୀ ଅର୍ଥ ରେ ଗଢାଯାଇଛି ପଞ୍ଚସଖା ଙ୍କ ପ୍ରତିମୂର୍ତ୍ତି ,ଯାହା କି ବେଶ୍ ଭଲରେ ରହିଥିବା ଦେଖିବାକୁ ମିଳେ । କିନ୍ତୁ ଗାଁ ମୁଣ୍ଡ ରେ ଥିବା ପୁରାତନ ମୂର୍ତ୍ତିକୁ ଏତେ ଅବହେଳା କାହିଁକି ? କିଛି ଅନ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଜଣାପଡ଼ୁଛି। ଗ୍ରାମବାସୀଙ୍କ ସ୍ବାର୍ଥ ପୂର୍ତ୍ତି ପାଇଁ ଓ ସରକାରୀ ଅର୍ଥ ଲାଳସାରେ ଗ୍ରାମ ମଝିରେ ପଞ୍ଚସଖାଙ୍କ ମୂର୍ତ୍ତି ବସାଇ ଗ୍ରାମକୁ ଐତିହାସିକ ମାନ୍ୟତା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । କିନ୍ତୁ ଗାଁ ପରିମଳ ଧୋବା ତୁଠ ରୁ କଥା ଭଳି ଗାଁ ଭିତରେ ପ୍ରବେଶ କଲାବେଳେ ନଜର ଆସେ ପଣ୍ଡିତଙ୍କ ପ୍ରତି ଅବହେଳା ର କରୁଣ ଦୃଶ୍ୟ । ସତରେ କଣ ବିରପ୍ରତାପ ପୁର ଗ୍ରାମବାସୀ ଏହାକୁ ଦେଖିପରୁନାହାନ୍ତି ନା ସରକାରୀ ମାନ୍ୟତା ପାଇବା ଆଶାରେ ଅନ୍ଧ ହୋଇଯାଇଛନ୍ତି ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ପୂର୍ବରୁ ମଧ୍ୟ ଗ୍ରାମରେ ରେଳ ଫାଟକ ପଡ଼ିବା ଘଟଣାରେ ଗ୍ରାମ ଦୁଇଭାଗ ରେ ବିଭକ୍ତ ହୋଇଗଲା କିନ୍ତୁ ଏକାଠି ହୋଇପାରିନଥିଲେ ଗ୍ରାମବାସୀ ଏହାର ଫାଇଦା ଉଠାଇବାକୁ ରାଜନୀତି କରିଥିଲେ ଗ୍ରାମର ପୂର୍ବତନ ସରପଞ୍ଚ କୁଜି ନେତା । ପଣ୍ଡିତ ଙ୍କ ପ୍ରତିମୂର୍ତ୍ତି ଗାଁ ମୁଣ୍ଡରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଗାଁ କୁ ଐତିହାସିକ ମାନ୍ୟତା ଦାବିରେ ସରକାରୀ କୋଠା ବୁଲିବା କେତେଦୂର ଯୁକ୍ତିଯୁକ୍ତ । ଯଥାଶୀଘ୍ର ଏହି ପ୍ରତିମୂର୍ତ୍ତି କୁ ପୁନରୁଦ୍ଧାର କରାଯିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କି ପଦକ୍ଷେପ ନେଉଛନ୍ତି ବିଭାଗୀୟ ଅଧିକାରୀ ଓ କି ପଦକ୍ଷେପ ନେଉଛନ୍ତି ଐତିହାସିକ ଗ୍ରାମ ମାନ୍ୟତା ଦାବି କରୁଥିବା ଗ୍ରାମବାସୀ ।










