Home / ମୁଖ୍ୟ ଖବର / କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା, ସାମ୍ବାଦିକ ଲଳିତେନ୍ଦୁ ସମ୍ମାନୀତ

କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା, ସାମ୍ବାଦିକ ଲଳିତେନ୍ଦୁ ସମ୍ମାନୀତ

କାକଟପୁର ତା ୨୭/୨,କୈବଲ୍ୟ ସାହିତ୍ୟ ସଂସଦ କଟକ ପକ୍ଷରୁ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା କଟକ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅର୍ଥସେବା ଅଧିକାରୀ ତଥା କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜଗନ୍ନାଥ ମହାପ୍ରଭୁ ଏବଂ ପାର୍ଶ୍ବ ଦେବାଦେବୀଙ୍କ କିମ୍ବଦନ୍ତୀ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ୨ଟି ଅଧିବେଶନରେ ଆୟୋଜିକ ଏହି ମହାସଭାରେ ଓଡିଶା,ଝାରଖଣ୍ଡ,ପଶ୍ଚିମବଙ୍ଗରୁ 400ରୁ ଅଧିକ କବି, ଲେଖକ ପ୍ରତିଭା ଯୋଗ ଦେଇ ବିଭିନ୍ନ ଆଧ୍ୟାତ୍ମିକ କିମ୍ବଦନ୍ତି ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ କୈବଲ୍ୟ ରତ୍ନବେଦୀ ସମ୍ମାନ,କୈବଲ୍ୟ ଯଜ୍ଞଶାଳା ସମ୍ମାନ କୈବଲ୍ୟ ଭୋଗମଣ୍ଡପ ସମ୍ମାନ ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରୀଙ୍କୁ କୈବଲ୍ୟ ତନ୍ନବେଦୀ ସମ୍ମାନରେ ସମ୍ମାନିତ କରାଯାଥିଲା । ରାଜ୍ୟର 400ଜଣ କବି ଓ ଲେଖକଙ୍କୁ ମଧ୍ୟ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ମାନପତ୍ର,ପଦକ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ବିଜୟ କୁମାର ନାୟକ, ରତିକାନ୍ତ ମହାପାତ୍ର, ପୂର୍ବତନ ପ୍ରଶାସକ ଅଲେଖ ଚନ୍ଦ୍ର ପଢିଆରୀ,ଡକ୍ଟର ଅଭୟ କୁମାର ନାୟକ, ବ୍ୟଙ୍ଗକବୀ ସଂପଦ ରଥ, ନାଟ୍ୟକାର ବିଜୟ ଦାସ,ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର,ପ୍ରାଧ୍ୟାପିକ ବିତ୍ୟୁତ ପ୍ରଭା ମିଶ୍ର ପ୍ରମୁଖ ଯୋଗ ଦେଇଥଲେ .

SPREAD YOUR LOVE WITH YOUR FRIENDS AND FAMILY

Leave a Reply