Home / ସାମାଜିକ / ଶ୍ରୀ ସତ୍ୟସାଇ ଦିବ୍ଯ ପାଦୁକା ଯାତ୍ରା ର ପୁରୀ ଆଗମନ।

ଶ୍ରୀ ସତ୍ୟସାଇ ଦିବ୍ଯ ପାଦୁକା ଯାତ୍ରା ର ପୁରୀ ଆଗମନ।

satyasai

ପୁରୀ – ୧୧/୮/୨୦୨୫ – ତୃପ୍ତିମୟୀ ଜେନା – ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ପକ୍ଷରୁ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ଯାତ୍ରା ପୁରୀ ରେ ପହଞ୍ଚିବ।
ଏହି ପାଦୁକା ଯାତ୍ରା ଆସନ୍ତା କାଲି ୧୨ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ବୀର ହରେକୃଷ୍ଣପୁର, ରେଣ୍ଡୁଅ,ନୂଆପାଟଣା ରେ ପହଞ୍ଚିବ।ଦିବା ୧ ଘଟିକା ରେ ସମଙ୍ଗରା,ବାଲିଗୁଆଳି, ୨ ଘଟିକାରେ ସ୍ବାମୀ ଚିଦାନନ୍ଦ ଆଶ୍ରମ,୪ ଘଟିକା ରେ ନୂଆସାହି,ଗୋପାଳପୁର, ବାଲିଘାଟ ଛକ,ମାରୁତୀ ନଗର ହୋଇ ସଂଧ୍ୟା ୭ ଟାରେ ପି କେ ଆର ଆଇ ଟି କଲୋନୀ ରେ ପହଞ୍ଚି ରାତ୍ରି ଯାପନ କରିବ।ଅଗଷ୍ଟ ୧୩ ତାରିଖ ଦିବା ୧୦ ଘଟିକା ରେ ଶ୍ରୀକ୍ଷେତ୍ର କଲୋନୀ, ଜିଲ୍ଲା ସ୍କୁଲ, ମୋଚିସାହି, ଶ୍ରୀ ସତ୍ୟସାଇ ମନ୍ଦିର, ଏସସିଏସ କଲେଜ ଛକ ହୋଇ ରାତ୍ରି ଯାପନ, ୧୪ ତାରିଖ ଦିବା ୧୦.୩୦ରେ ମଙ୍ଗଳା ଘାଟ,ମାଟିତୋଟା,ଖଡିପଦା ଭଜନ ମଣ୍ଡଳୀ ହୋଇ ରାତ୍ର ଯାପନ, ୧୫ ଓ ୧୬ ତାରିଖ କଣାସ ବ୍ଲକ ବିନ୍ଧଣ ଭଜନ ମଣ୍ଡଳୀରେ ରହଣୀ ହୋଇ ୧୮ ତାରିଖରେ ନୟାଗଡ଼ ଜିଲ୍ଲା କୁ ହସ୍ତାନ୍ତର କରାଯିବ ବୋଲି ଉଦ୍ୟୋକ୍ତା ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply