Home / ମୁଖ୍ୟ ଖବର / ନୟାଗଡ଼ରେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଓ ସାହିତ୍ୟ ସଭା ।

ନୟାଗଡ଼ରେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଓ ସାହିତ୍ୟ ସଭା ।

whatsapp image 2025 08 10 at 21.57.55 21816e99

ନୟାଗଡ଼,୧୦.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼: କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ବର୍ଷା କବିତା ଆସର ସ୍ଥାନୀୟ କେ.ସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପଣ୍ଡିତ କିଶୋର ଚନ୍ଦ୍ର କର ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ସମାଜସେବୀ ତଥା ଉତ୍କଳ ଗ୍ରାମ ସ୍ୱରାଜ ସଭାପତି କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ପଣ୍ଡା, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି,ଉଦ୍‌ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି, ଓଡ଼ିଶା ରାଜ୍ୟ ରାଜଭାଷା ପରିଷଦ ଅଧ୍ୟକ୍ଷ ତଥା ରାଜ ଭବନ ଅନୁବାଦକ ଡ.ନାରାୟଣ ମୁଦୁଲି, ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ, କୁରାଳର ଅଧ୍ୟକ୍ଷ ଭାବଗ୍ରାହୀ କର, ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

whatsapp image 2025 08 10 at 21.56.31 3247b085

ସଭା ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ,ପୁଷ୍ପ ଅର୍ପଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ କଣ୍ଠଶିଳ୍ପୀ ତଥା କବି ପ୍ରଶାନ୍ତ କୁମାର ଦାଶ ସଭା ପ୍ରାରମ୍ଭରେ କବିସୂର୍ଯ୍ୟଙ୍କର ଏକ ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନର ସହ ସମ୍ପାଦକ ଲକ୍ଷ୍ମୀଧର ସାହୁ ସ୍ୱାଗତ ଭାଷଣ ଏବଂ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ଏହି କବିତା ଆସରରେ ଅଧ୍ୟାପିକା କବୀ ନିଳିମା ନନ୍ଦ,ବଂଶୀଧର ମହାପାତ୍ର, ନୀଳମାଧଵ ମିଶ୍ର ମିଳିତ ଭାବେ କବିତା ଗୁଡ଼ିକର ସଂଯୋଜନା କରିଥିବା ବେଳେ କବି ଗୋଦାବରୀ ବସନ୍ତିଆ, ନିରାକାର ସ୍ୱାଇଁ, ଅଶୋକ ମଲ୍ଲ ଏବଂ ଗୋପୀନାଥ ସେଠୀ କବିତା ମାନଙ୍କ ସମୀକ୍ଷା କରିଥିଲେ। ଏହି ବର୍ଷା କବିତା ଆସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଅଞ୍ଚଳରୁ ଆସିଥିବା ୮୦ ଜଣ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିବା ବେଳେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply