Home / ମୁଖ୍ୟ ଖବର / ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ କାକଟପୁର ପ୍ରେସ କ୍ଲବ ସଭାପତି କମଳ

ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ କାକଟପୁର ପ୍ରେସ କ୍ଲବ ସଭାପତି କମଳ

whatsapp image 2025 08 16 at 19.32.36 62cf8db1

କାକଟପୁର ୧୬/ ୮ – ( ତୁଷାର ଦୀକ୍ଷିତ ) ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀ ଜିଲ୍ଲା ଶାଖା ଓ ଅସ୍ତରଙ୍ଗ ପ୍ରେସ କ୍ଲବ ଆନୁକୂଲ୍ୟରେ ୭୯ ତମ ସ୍ୱାଧୀନତା ଦିବସ ରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ଓ ଅପରାହ୍ନ ରେ ରାଜ୍ୟ ସ୍ତରୀୟ ପ୍ରତିଭା ସମାନ୍ନ ଉତ୍ସବ ଅସ୍ତରଙ୍ଗ ବଜାର ରେ ଅନୁଷ୍ଠିତ ହୋଇଛି, । ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ରୂପେ ମା’ ଘର ଅଧକ୍ଷା, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶ୍ରୀମତୀ ଋତୁପୂର୍ଣ୍ଣା ମହାନ୍ତି, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ର ରାଜ୍ୟ ସଭାପତି ସୁଜ୍ଞାନ ଚୌଧୀରି, ସମାନ୍ନୀତ ଅତିଥି ଭାବେ ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ କିଶୋର ଦୋରା, ବିଶିଷ୍ଠ ଅତିଥି ରୂପେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀ ଜିଲ୍ଲା ଓ ଅସ୍ତରଙ୍ଗ ପ୍ରେସ କ୍ଲବ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପରିଡା ଯୋଗ ଦାନ ଦେଇଥିଲେ,। ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ମଞ୍ଚ ଉପରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ ଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଞ୍ଚାସିନ ଅତିଥି ମାନେ ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଦିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ତଥା ସ୍ତମ୍ଭାକାର ଓ ଓଡିଶା କର୍ମଯିଵୀ ସାମ୍ବାଦିକ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀ ସଭାପତିତ୍ବ କରିଥିବା ବେଳେ, ଅସ୍ତରଙ୍ଗ ପ୍ରେସ କ୍ଲବ ର ବରିଷ୍ଠ ସାମ୍ବାଦିକ ପ୍ରମୋଦ ଦାସ,ପ୍ରିୟବ୍ରତ ମୁଦୁଲୀ, ତ୍ରିଲୋଚନ ବେହେରା, ଅଲେଖ ବିଶ୍ୱାଳ ଙ୍କ ସମେତ ଅନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ରହି ନିଜ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ,ଅସ୍ତରଙ୍ଗ ପ୍ରେସ କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ବୃନ୍ଦାବନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ, ଆଜିର ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ହୋଇଥିବା ପବିତ୍ର ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ର ସମସ୍ତ ଶ୍ରେୟ ସଙ୍ଗଠନ ତରଫରୁ ଅସ୍ତରଙ୍ଗ ପ୍ରେସ କ୍ଲବ ତଥା ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ କୁମାର ପରିଡା ଙ୍କୁ ଦିଆଯାଇଥିଲା।, ସଙ୍ଘ ପ୍ରତି ତାଙ୍କ ନିଷ୍ଠା, ଦାୟିତ୍ୱ ମୂଳକ କାର୍ଯ୍ୟପନ୍ଥା ଓ ନିରପେକ୍ଷତା ପାଇଁ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀ ମାନେ ଶ୍ରୀଯୁକ୍ତ ଶରତ ପରିଡା ଙ୍କୁ ଭୃୟସୀ ପ୍ରଶଂସା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply