Home / ମୁଖ୍ୟ ଖବର / କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା lଏନ ଏ ସି ପାଇଁ ପ୍ରତିବାଦ l

କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା lଏନ ଏ ସି ପାଇଁ ପ୍ରତିବାଦ l

congress

କାକଟପୁର ( ତୁଷାର ଦୀକ୍ଷିତ ) ୨୪/୮ :- କାକଟପୁର ନିର୍ବାଚନ ମଣ୍ଡଳୀ ର ହେଡ଼କ୍ଵାଟର ଭାବେ ପରିଗଣିତ ହେଉଥିବା ବେଳେ ଏନ ଏ ସି ମାନ୍ୟତା ତାଲିକାରେ ସର୍ବାଗ୍ରେ ରହିଥିଲା l ବିଜେଡି ସରକାର ସମୟରେ ନିର୍ବାଚନ କୁ ଆଖିଆଗରେ ରଖି କାକଟପୁର କୁ ଏନଏସି ଘୋଷଣା କରିଥିଲା ମାତ୍ର ନିର୍ବାଚନ ପରେ ବିଜେପି ସରକାର କୁ ଆସିଲା ପରେ କାକଟପୁର ର ଏନଏସି ମାନ୍ୟତା ସ୍ବପ୍ନ ପାଲଟିଛି l ରାଜ୍ୟରେ ବିଭିନ୍ନ ପ୍ରାନ୍ତର ରୁ ଏନଏସି ମାନ୍ୟତା ପାଇଁ ବନ୍ଦ, ହରତାଳ, ବିକ୍ଷୋଭ ଚାଲିଥିବା ବେଳେ କାକଟପୁର ର ମାନ୍ୟତା ଅଧାରେ ଅଟକିଛି l ତେବେ ଆଜି ରାଜ୍ୟ ବିରୋଧୀ ଦଳ ଜାତୀୟ କଂଗ୍ରେସ ର କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ଏନଏସି ମାନ୍ୟତା ଦାବୀ ନେଇ ଆସନ୍ତା ୨୮ ତାରିଖ ଗୁରୁବାର ଦିନ କାକଟପୁର ୧୨ ଘଣ୍ଟିଆ ବନ୍ଦ ଡାକରା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି l ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ ୧୨ ଘଣ୍ଟିଆ ଅଖ ଚକ ବନ୍ଦ ସହିତ ଶାନ୍ତିପୂର୍ଣ ବନ୍ଦ ସଫଳତା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l ଏହି ବନ୍ଦ ଡାକରା ସଫଳ ପାଇଁ ପ୍ରଚାର ପ୍ରସାର ଦାୟିତ୍ୱ କୁ କାକଟପୁର ପ୍ରେସ କ୍ଲବ କୁ ପତ୍ର ଦ୍ୱାରା ଦଳ ପକ୍ଷରୁ ଅବଗତ କରାଯାଇଛି l ଆଜିର ଏହି ବୈଠକ ରେ ବ୍ଲକ କଂଗ୍ରେସ ସଂଯୋଜକ ଜସ୍ୱବନ୍ତ ନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ଜିଲ୍ଲା ସମ୍ପାଦକ ସୋମ୍ୟକାନ୍ତ ଖୁଣ୍ଟିଆ, ବିଚିତ୍ରା ନନ୍ଦ ଦାଶ, ସେକ ଲିଆକାତ, ସୁକାନ୍ତ ପରିଡା, ନଳିନୀ କାନ୍ତ ଦୀକ୍ଷିତ, କରୁଣାକର ସେନାପତି, ରଜବ ଅଲ୍ଲୀ ବେଗ, ସେକ ହିମାୟତ, ପ୍ରଫୁଲ୍ଲ ନାୟକ, ପ୍ରଫୁଲ ବିଶ୍ୱାଳ, ହୃଷିକେଶ ବେହେରା, ନାରାୟଣ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply