କାକଟପୁର ତା ୩0 / ୮( ତୁଷାର ଦୀକ୍ଷିତ ) ଶ୍ରୀଜଗନ୍ନାଥ ପାଲା ଗବେଷଣା ତାଲିମ କେନ୍ଦ୍ର କୋଣାର୍କର ପ୍ରତିଷ୍ଠାତା ସଂପାଦକ ତଥା ଗାୟକ ଆନନ୍ଦ ଗୋପ ବ୍ଳକ ମୁରୁଡ଼ା ଗ୍ରାମର ବସନ୍ତ କୁମାର ରାଉତଙ୍କୁ ଭୁବନେଶ୍ୱର ଘଡ଼ିଆ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡ଼କ୍ଟରେଟ ଉପାଧିରେ ଭୂଷିତ କରାଯାଇଛି l ଗାୟକ ଆନନ୍ଦ ଶ୍ରୀ ରାଉତ ଜଣେ ବହୁ ପ୍ରତିଭାର ବ୍ୟକ୍ତିତ୍ୱ ଅଟନ୍ତି l ଶିକ୍ଷକତା ଚାକେରି ଆରମ୍ଭ ପରେ ଉତ୍କଳୀୟ ପାଲା ସଂସ୍କୃତି ଉପରେ ୧୯୮0 ମସିହାରେ ମନନିବେଶ କରିଥିବା ଶ୍ରୀ ରାଉତ ଏକାଧାରରେ ଜଣେ ସୁନାମଧନ୍ୟ ପ୍ରତିଷ୍ଠିତ ପାଲା ଗାୟକ , ସୁସାହିତ୍ୟିକ ଏବଂ ଜଣେ କବି ମଧ୍ୟ ଅଟନ୍ତି l ଏକାଧିକ ଗଳ୍ପ, କବିତା ରଚନା କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି l ତାଙ୍କର ବହୁମୁଖୀ ପ୍ରତିଭା ଏବଂ ଶାସ୍ତ୍ରୀୟ ନାଟକ ପାଲା ସଂସ୍କୃତିର ମୌଳିକତା ରକ୍ଷା ନିମନ୍ତେ ପାଲା ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘଡ଼ିଆ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗାୟକ ଆନନ୍ଦ ଶ୍ରୀ ରାଉତଙ୍କୁ ଡ଼କ୍ଟରେଟ ଉପାଧିରେ ଭୂଷିତ କରାଯିବା ସହ ମଞ୍ଚରେ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି
ଗାୟକ ଆନନ୍ଦ ବସନ୍ତ ରାଉତ ଙ୍କୁ ଡକ୍ଟରେଟ ଉପାଧି ରେ ସନ୍ନମାନିତ











