Home / ମୁଖ୍ୟ ଖବର / ପୁରୀ ଶଙ୍କରାଚାର୍ଯ୍ୟଙ୍କ ଆଶିର୍ବାଦ ନେଲେ, ନୂଆ ଏସ୍ ପି ପ୍ରତୀକ ସିଂ

ପୁରୀ ଶଙ୍କରାଚାର୍ଯ୍ୟଙ୍କ ଆଶିର୍ବାଦ ନେଲେ, ନୂଆ ଏସ୍ ପି ପ୍ରତୀକ ସିଂ

whatsapp image 2025 08 29 at 19.39.58 a9356f09

ପୁରୀ: ୨୯/୦୯/୨୦୨୫ – ପୁରୀର ନୂତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଦାଇତ୍ୱ ଗ୍ରହଣ କରିବା ପରେ ନିଜର ଦାୟିତ୍ଵ ପ୍ରତିପାଦନ ସ୍ଵରୁପ ଶ୍ରୀଶଙ୍କରାଚାର୍ଯ୍ୟ-ଗୋବର୍ଦ୍ଧନ ପୀଠକୁ ଆସି ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗୁରୁଦେବଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି l ଏହି ଅବସରରେ ପୂଜ୍ଯ ଗୁରୁଜୀ ମହାରାଜା ସନାତନ ସଂସ୍କୃତି ଓ ପରମ୍ପରାରେ ପୁରୀ କେବଳ ଏକ ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ନୁହେଁ, ଏହା ବିଶ୍ବର ଆଧ୍ୟାତ୍ମିକ ରାଜଧାନୀ ଭାବରେ ପ୍ରତିଷ୍ଠିତ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ଶ୍ରୀମନ୍ଦିର ସଦା ସର୍ବଦା ବିଧର୍ମୀ ଓ କୁଚକ୍ରୀମାନେଙ୍କ ଦୃଷ୍ଟିରେ ରହିଛି । ଶ୍ରୀମନ୍ଦିର ର ସୁରକ୍ଷା ଏକ ଚୁନୋତି। ଏହାର ଧାର୍ମିକ ବ୍ୟବସ୍ଥା ହିଁ ଏହାର ଦିବ୍ୟତା ଓ ପବିତ୍ରତା ।

whatsapp image 2025 08 29 at 19.40.07 76187d4b
whatsapp image 2025 08 29 at 19.40.07 76187d4b

ଏହାକୁ ନଷ୍ଟ କରିବା ପାଇଁ ଅନେକ ଅରାଜକ ତତ୍ତ୍ବ ସଦାସର୍ବଦା ତତ୍ପର ରହିଥାନ୍ତି । ଏହା ଉପରେ କଡ଼ା ଅନୁଶାସନର ଆବଶ୍ୟକତା ଅଛି । ତୀର୍ଥରାଜ ମହୋଦଧିଙ୍କ ବିସ୍ତୀର୍ଣ୍ଣ ବେଳାଭୂମି କେବଳ ମନୋରଞ୍ଜନର କେନ୍ଦ୍ର ନହୋଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା, ସୁବିଧା ଆଦି ପ୍ରତି ସତର୍କ ରହିବା ସହ ମାଦକ ଦ୍ରବ୍ଯ ସେବନର କେନ୍ଦ୍ର ନହେବା ଦିଗରେ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ ଙ୍କ ସହିତ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସହରାଞ୍ଚଳର ବିଭିନ୍ନ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ମଠର ବିଭିନ୍ନ ବିଭାଗର ପ୍ରମୁଖ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ମଧ୍ଯ କରିଛନ୍ତି ବୋଲି ଶ୍ରୀଶଙ୍କରାଚାର୍ୟ-ଗୋବର୍ଦ୍ଧନ ପୀଠର ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ସୂଚନା ପ୍ରଦାନ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply