Home / ମୁଖ୍ୟ ଖବର / ମଙ୍ଗଳା ବଜାର ଗଣେଶ ଭସାଣିରେ ଦୁଲୁକିଲା କାକଟପୁର

ମଙ୍ଗଳା ବଜାର ଗଣେଶ ଭସାଣିରେ ଦୁଲୁକିଲା କାକଟପୁର

whatsapp image 2025 09 06 at 23.00.30 c87b0fdf

କାକଟପୁର ତା ୬ / ୯ ( ତୁଷାର ଦୀକ୍ଷିତ ) କାକଟପୁର ଅଞ୍ଚଳର ସର୍ବପୁରାତନ ଏବଂ ମା ମଙ୍ଗଳା ସେବକମାନଙ୍କ ଦ୍ୱାରା ଆୟୋଜିତ ମଙ୍ଗଳା ବଜାର ଗଣେଶ ଭସାଣି ଯାତ୍ରା ଦେଖିବାକୁ ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା l ମଙ୍ଗଳା ମନ୍ଦିର ନିକଟରୁ ଗଣେଶଙ୍କ ଭସାଣି ଯାତ୍ରା କାକଟପୁର ର ସେବକ ସାହି, ମୁଖ୍ୟ ବଜାର ପରିକ୍ରମା କରିଥିବା ବେଳେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜକ କମିଟି ପକ୍ଷରୁ ରାଜସ୍ଥାନର ମଟକା ଡ୍ୟାନ୍ସ , କର୍ଣ୍ଣାଟକର କ୍ରିଷ୍ଣା ଲାଇଟ ଝାଙ୍କି , କେରଳର ମେଲମ ବାଜା , ଚେନ୍ନାଇର ସାଉଥ ମେଫେଟ , ମୁମ୍ବାଇ ଅନ୍ଧେରିରୁ ଜୋକର ଡ୍ୟାନ୍ସ , ବାଣପୁର ଭବବତୀର ଡ୍ରମ ବାଜା , ବଲାଙ୍ଗୀର ଫେମସ ଜାଗୁଳାଇର ସିଂହବାଜା , ବାଲେଶ୍ବରର ଟେଡି ଡ୍ୟାନ୍ସ ସାଙ୍ଗକୁ ଘଣ୍ଟ ଘଣ୍ଟା ବଜାଇ କାକଟପୁର ବଜାରକୁ ପ୍ରକମ୍ପିତ କରିଦେଇଥିବା

whatsapp image 2025 09 06 at 23.00.30 8e66dcce

ବେଳେ ଝୁମିଥିଲେ ସେବକ ସାହିର ପ୍ରତ୍ୟେକ ଯୁବ ପୀଢ଼ି, ଦର୍ଶକମାନେ ଘଣ୍ଟା ଘଣ୍ଟା ଧରି ଉପସ୍ଥିତ ରହି ଭସାଣି ଉତ୍ସବକୁ ମନୋଭରୀ ଉପଭାଗ କରିଥିଲେ l ଏହି ଭସାଣି ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ କାକଟପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l ଶୋଭାଯାତ୍ରା ଶେଷରେ ପୁଣ୍ୟତୋୟା ପ୍ରାଚୀ ନଦୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା. ସେବକ ସାହି ତରଫରୁ ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ତପନ କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ,ତୁଷାର ରଞ୍ଜନ ଦୀକ୍ଷିତ,ପ୍ରଦୀପ୍ତ କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ଶିବାଜୀ ପଣ୍ଡା, ସୂର୍ଯକାନ୍ତ ଦୀକ୍ଷିତ,କମଳ ଲୋଚନ ଦୀକ୍ଷିତ,ମାନସ କୁମାର ଦୀକ୍ଷିତ,ହରିହର ଦୀକ୍ଷିତ, ସମରେନ୍ଦ୍ର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା, ପାରେଶ୍ୱର ପାଢ଼ୀ, ଜୀବନ ଜ୍ୟୋତି ଦୀକ୍ଷିତ, ସ୍ୱାଧୀନ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି କାର୍ଯାଧାରା କୁ ସୁ ପରିଚାଳନା କରିଥିଲେ,

SPREAD YOUR LOVE WITH YOUR FRIENDS AND FAMILY

Leave a Reply