Home / ମୁଖ୍ୟ ଖବର / ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

whatsapp image 2025 09 06 at 19.06.12 7d0c06fd

କାକଟପୁର ତା ୬/୯,( ତୁଷାର ଦୀକ୍ଷିତ ) କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି l ଏଥିପାଇଁ ପଞ୍ଜିକାର, ମଙ୍ଗଳା ମନ୍ଦିର ପୁରୋହିତ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇ ସ୍ବିତନ୍ତ୍ର ନୀତିକାନ୍ତି ସ୍ଥିର କରାଯାଇଥିଲା l ଶନିବାର ରାତ୍ର ୩ ଘଟିକା ଠାରୁ ଦ୍ୱାର ଫିଟା,ମଙ୍ଗଳ ଆଳତୀ, ସ୍ନାନ, ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ଦ୍ବିପହର ଧୂପ ଓ ଭଅଣ୍ଡ ଧୂପ ରବିବାର ଦିନ ସକାଳ ଦଶ ଘଟିକା ସୁଦ୍ଧା ସକାଳ ନୀତି ସମାପ୍ତ ହେବା ସହିତ ଡିବା 10.30 ମିନିଟ ରେ ସନ୍ଧ୍ୟା ଆଳତୀ, ରାତ୍ର ଧୂପ ଓ ବଡ଼ସିଂହାର ନୀତି 12. 30 ସୁଦ୍ଧା ସମାପ୍ତ ହେଵ l 12.45 ରେ ପହୁଡ଼ ପକାଯାଇ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l ସର୍ବମୋକ୍ଷ ପରେ ସୋମବାର ଦିନ ନୀତି ଆରମ୍ଭ ହେଵ ବୋଲି ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ପ୍ରକାଶ କରିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply