ପୁରୀ;୯/୯/୨୦୨୫ ଭାଗବତ ଜନ୍ମ ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ପୁରୀ ଶାଖା ତରଫରୁ ଅତିବଡି ଜଗନ୍ନାଥ ଦାସ ଜୟନ୍ତୀ ଓ ଭାଗବତ ଜନ୍ମ ପାଳନ କରାଯାଇଛି। ଏହି ଅବସରରେ ଏକ ଆଲୋଚନା ଚକ୍ର ଘୋଡ଼ା ବଜାର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଶ୍ରୀଯୁକ୍ତ ରାଜକିଶୋର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର,ମୁଖ୍ୟବକ୍ତା ରୂପେ ସାମନ୍ତ ଚନ୍ଦ୍ର ଶେଖର କଲେଜ ର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଦିଲ୍ଲୀପ ସ୍ୱାଇଁ,ଏବଂ ସମ୍ମାନିତ ଅତିଥି ରୂପେ ଡକ୍ଟର ଦୁର୍ଯ୍ୟୋଧନ କାଠୁଆ ଏବଂ ଅନ୍ୟ ଦୁଇ ଜଣ ବକ୍ତା ଡକ୍ଟର ଅଭୟ କୁମାର ନାୟକ ଓ ଡକ୍ଟର ପ୍ୟାରୀମୋହନ ପଟ୍ଟନାୟକ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ତାଙ୍କ ଅଭିଭାଷଣ ରେ ଜଗନ୍ନାଥଦାସ ତାଙ୍କ ଜୀବନରେ ଓଡ଼ିଆ ଭାଷାରେ ୫୭ଟି ଗ୍ରନ୍ଥ ଓ ସଂସ୍କୃତ ଭାଷାରେ ୧୪ଟି ଗ୍ରନ୍ଥ ମୋଟ ୭୧ଟି ଗ୍ରନ୍ଥ ରଚନା କରି ସନାତନ ସଂସ୍କୃତି,ଶ୍ରୀଜଗନ୍ନାଥ ସଂସ୍କୃତି ଓ ସମାଜରେ ଜନଜୀବନ ଉପରେ ଭାଗବତ ର ଗଭୀର ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଇନ୍ଦୁ ପୂର୍ଣ୍ଣିମା ଉଭୟ ସଂସ୍କୃତ ଭାଗବତ ଓ ଓଡ଼ିଆ ଭାଗବତ ର ଜନ୍ମ ଦିବସ ବୋଲି କହିଥିଲେ।ମୁଖ୍ୟବକ୍ତା ଡକ୍ଟର ଦିଲ୍ଲୀପ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଯେଉଁ ବ୍ୟକ୍ତି ନିୟମିତ ଭାଗବତ ପଢ଼ିବ ଓ ଶୁଣିବ ମୃତ୍ୟୁ ସମୟରେ ତାହାର କିଛି ଅବଶୋଷ ରହିବ ନାହିଁ ବୋଲି କହିଥିଲେ। ଉକ୍ତ କାର୍ଯକ୍ରମ କୁ ସର୍ବାଣୀ ଦାସ ଓ ସାରଙ୍ଗଧର ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଡକ୍ଟର ପ୍ରଦୀପ ଆଚାର୍ଯ୍ୟ ପରିଚାଳନା କରିଥିଲେ।ଶେଷରେ ଦର୍ପେନ୍ଦ୍ର ନାରାୟଣ ଦାସ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ।










