କାକଟପୁର ତା ୧୦/୯/୨୦୨୫ (ତୁଷାର ଦୀକ୍ଷିତ ) ଗତକାଲି ମଙ୍ଗଳବାର ମଧ୍ୟରାତ୍ର ଭୋର ସମୟରେ କାକଟପୁର ଥାନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ତିନି ଜଣ ଲୋକ ଯାହାଙ୍କର ନାମ ୧.ଶିବ ପ୍ରସାଦ ପରିଡା ଓରଫ ଚିଣ୍ଟୁ,(୨୩)ପିତା-ମନୋଜ ପରିଡା,ଗ୍ରାମ-ଦହିଖ୍ଆ ,ଥାନା-କାକଟପୁର,ଜିଲ୍ଲା-ପୁରୀ, ଦୁଷ୍ମନ୍ତ ସାହୁ ଓରଫ ଗୁଡୁ (୩୦)ପିତା-ରବୀନ୍ଦ୍ର କୁମାର ସାହୁ, ଗ୍ରାମ- ନୀଳକଣ୍ଠପୁର ,ଥାନା-କାକଟପୁର,ଜିଲ୍ଲା-ପୁରୀ,ଆଶୀଷ କୁମାର ଖୁଣ୍ଟିଆ ଓରଫ ଗୁଗୁଲି(୨୭)ପିତା-ଭଗବାନ ଖୁଣ୍ଟିଆ, ଗ୍ରାମ- ନୀଳକଣ୍ଠପୁର ,ଥାନା-କାକଟପୁର,ଜିଲ୍ଲା-ପୁରୀ ,ଏମାନେ ସମସ୍ତେ ହାତରେ ଗୋଟିଏ ଗୋଟିଏ ମାରଣାସ୍ତ୍ର ଲୁହାରଡ, ଭୁଜାଲି ଇତ୍ୟାଦି ଧରି କାକଟପୁର ବ୍ଲକ ଛକ ନିକଟରେ ମେନ ରୋଡରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଡରାଇ ଧମକାଇ ଅନେକ ଗାଳି ଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇ ଆତଙ୍କ ଖେଳାଇ ଜୋର ଜବରଦସ୍ତ ଲୋକମାନଙ୍କ ଠାରୁ ଦାଦାବଟି ଟଙ୍କା ଆଦାୟ କରୁଥିଲେ । ଏହି ଖବର ପାଇ ପୋଲିସ ସେଠାକୁ ଯାଇ ସେମାନଙ୍କୁ କାବୁ କରିଥିଲା । ପୋଲିସ ସେମାନଙ୍କ ବ୍ୟକ୍ତିଗତ ତଲାସି କରିବାରୁ ସେମାନଙ୍କ ନିକଟରୁ ଗୋଟିଏ ଭୁଜାଲି ଓ ଦୁଇଟି ଲୁହ ରଡ,ସେମାନଙ୍କ ପ୍ୟାଣ୍ଟ ପକେଟରୁ ସମୁଦାୟ ୪୫୦/- ଟଙ୍କା ଯାହାକି ସାକ୍ଷୀ ମାନଙ୍କ ଉପସ୍ଥିତିରେ ଜବତ କରାଯାଇଛି । ଏ ସଙ୍କ୍ରାନ୍ତରେ କାକଟପୁର ଥାନାରେ ପୋଲିସ ତରଫରୁ ଏକ କେସ ଯାହାର ନମ୍ବର – 265, Dtd-10.09.2025, U/s-296/308(4)/308(5) BNS,23 ରେଜିସ୍ଟେଶନ କରାଯାଇ ଉପରୋକ୍ତ ତିନିଜଣ ଆସାମୀ ମାନଙ୍କୁ ଆଜି ସକାଳ ସମୟରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଅଛି ଓ ଏହାର ଅଧିକ ତଦନ୍ତ ଚାଲୁ ରହିଛି ବୋଲି ଆଇଆଇସି ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି, ଏଠାରେ ସୂଚନା ଥାଉକି ଏ ସମସ୍ତ ଅଭିଯୁକ୍ଙ୍କ ନାମରେ ଆଗରୁ ଅନେକ ଅପରାଧିକ ମାମଲା ଚାଲୁ ରହିଛି ।
ଦାଦାବଟି ଆଦାୟ ଅଭିଯୋରେ ୩ ଗିରଫ
No Comments
September 10, 2025 1:21 pm
Previous Article
Next Article

ଭାଗବତ ଜନ୍ମ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ।
ସିଂହଦ୍ୱାର ଠାରେ ଲକ୍ଷ୍ମୀ ନାରାୟଣ ମହାସୁଆର ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୀପ ଦାନ
Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





