କାକଟପୁର ତା ୧୧/୯, ( ତୁଷାର ଦୀକ୍ଷିତ ) ଯୁବା ବୟସ ଆରମ୍ଭ ହୋଇନି ହେଲେ ଦାମୀ ବାଇକ୍ ଧରି ବଜାର ସାରା ଠୋ, ଠା, ଶବ୍ଧ ସାଙ୍ଗକୁ ବିକଟାଳ ରଡି କରି ଦ୍ରୁତ ଗତିରେ ବୁଲୁଛନ୍ତି ଅମାନିଆ ନାବାଳକ ବାଇକ ଚାଳକ। ବିଭିନ୍ନ ବେସରକାରୀ ସ୍କୁଲରେ ପଢ଼ୁଥିବା ବାର ତେର ବର୍ଷର ପୁଅ ଓ ଝିଅ ବି ସ୍କୁଟି, ବୁଲେଟ, ପଲସର୍, ୟାମାହା ଏଫଜେଡ୍ , କେଟିଏମ୍ ଆଦି ଦ୍ରୁତଗାମୀ ଓ ଦାମିକିଆ ବାଇକ ଚଳାଉଛନ୍ତି । ଏହି ନାବାଳକ, ନାବାଳିକା ବାଇକ୍ ଓ ସ୍କୁଟି ଚାଳକଙ୍କ ଯୋଗୁଁ ବଜାରରେ ଟ୍ରାଫିକ୍ ସମସ୍ୟା ସହ ଛୋଟ ବଡ ଦୁର୍ଘଟଣା ଗତ କିଛି ଦିନ ହେବ ନିୟମିତ ହୋଇଛି । କାକଟପୁର ଅଞ୍ଚର ଅଧିକା˚ଶ ଛାତ୍ରଛାତ୍ରୀଙ୍କ ପାଖରେ ହାତରେ ମୋବାଇଲ୍ ଓ ସ୍କୁଲ , କଲେଜ ଯିବା ପାଇଁ ବାଇକ୍ ଓ ସ୍କୁଟି ରହିଛି। ଅଭିଭାବକମାନେ ପିଲାଙ୍କ ପାଇଁ ସମୟ ଦେଇ ନ ପାରି ସ୍କୁଲ, କଲେଜ , ଟ୍ୟୁସନ୍, ଟ୍ୟୁଟରିଆଲ୍, କମ୍ପ୍ୟୁଟର କ୍ଲାସ୍ ଆଦିକୁ ଯିବା ପାଇଁ ସେମାନଙ୍କ ଦାବି ମୁତାବକ ଗାଡି କିଣି ଦେଉଛନ୍ତି। ଏଭଳିକି ଏମାନେ ପୁଣି ବିନା ହେଲମେଟରେ ଅତ୍ୟନ୍ତ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ଦ୍ରୁତଗତିରେ ଯାଉଛନ୍ତି ଯାହାଫଳରେ ପଥଚାରୀ ମାନେ ଅତ୍ୟନ୍ତ ଭୟଭୀତ ହୋଇପଡୁଛନ୍ତି । ପିଲାମାନେ ଗାଡି ଧରି କଣ କରୁଛନ୍ତି, କେଉଁଠିକୁ ଯାଉଛନ୍ତି, ଟ୍ରାଫିକ ମାନୁଛନ୍ତି ନା ନାହିଁ, କଲେଜ, ସ୍କୁଲ ନାଁରେ କେଉଁଟିକୁ ଯାଉଛନ୍ତି ଆଦି ଯାଞ୍ଚ କରୁନାହାନ୍ତି ଅଭିଭାବକ। ଏପରିକି ଗତ କିଛି ଦିନ ହେବ ଏହି ପିଲା ମାନେ ଦଳ ଦଳ ହୋଇ ଦ୍ରୁତ ବାଇକରେ ପ୍ରତିଯୋଗିତା ବି କରୁଥିବା ଦେଖିବାକୁ ମିଳିଛି। ତେଣୁ ବେପରୁଆ ଗାଡି ଚାଳନା ଯୋଗୁଁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ସଂଘଟିତ ହେଉଛି। ସେଭଳି ବଜାର ମଧ୍ୟରେ ଦ୍ରୁତ ଗତିରେ ଏମାନେ ବାଇକ୍ ଚଳାଇ ଅନ୍ୟ ବାଇକ ଚାଳକଙ୍କୁ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳିଛି। ଏତେ ଦ୍ରୁତ ଗତିରେ ଏମାନେ ଯାଉଛନ୍ତି ଯେ ଏମାନେ ଯିବା ସମୟରେ ଅନ୍ୟ ମାନେ ଯିବାକୁ ଭୟ କରୁଛନ୍ତି। ଯଦିଓ ପୁଲିସ ପକ୍ଷରୁ କିଛି ସମୟରେ ଯାଞ୍ଚ କରାଯାଉଥିଲେ ହେଁ ଏହା ଅଳ୍ପ କିଛି ସମୟ ପାଇଁ। ଏହି ସମୟରେ ଏହି ନାବାଳକ ମାନେ ଅନ୍ୟ ଗଳି ରାସ୍ତାରେ ଯିବା ଆସିବା କରିବା ପରେ ଯଥା ପୂର୍ବ˚କୁ ତଥା ପର˚ ଅବସ୍ଥାକୁ ପଳାଇ ଆସୁଛି। କାକଟପୁର ପୋଲିସ ପକ୍ଷରୁ ଯାଞ୍ଚକୁ ନିୟମିତ କରିବା ସହିତ ଅମାନିଆ ନାବାଳକ ବାଇକ ଚାଳକଙ୍କୁ ଧରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବାଇକ ର ଠୋ, ଠା ଶବ୍ଧ ସାଙ୍ଗକୁ ବିକଟାଳ ଶବ୍ଦରେ ଫାଟି ପଡୁଛି ବଜାର, ପଥଚାରୀ ଭୟଭୀତ,










