Home / ମୁଖ୍ୟ ଖବର / ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କଲେ ନୋଡାଲ ସଚିବ

ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କଲେ ନୋଡାଲ ସଚିବ

whatsapp image 2025 09 13 at 19.27.23 86d37859

ପୁରୀ ୧୩/୯ ପୁରୀ ଜିଲ୍ଲା ଦାୟିତ୍ୱ ରେ ଥିବା ନୋଡାଲ ସଚିବ ତଥା ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଆଜି ପୂର୍ବାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି।ସରକାର ଲୋକ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ସେମାନଙ୍କ ବିକାଶ ପାଇଁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥାନ୍ତି।ଯୋଗ୍ୟତା ଅନୁସାରେ ହିତାଧିକାରୀ ମାନଙ୍କୁ ସାମିଲ କରି ତାହାର ସୁଫଳ ଯୋଗାଇବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ନୋଡାଲ ସଚିବ ଚିତ୍ରା ଅରୁମୁଗମ।ଯେ କୌଣସି ଯୋଜନା ଓ ପ୍ରକଳ୍ପ ର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଲୋକ ମାନ ଙ୍କୁ ସଚେତନ କରାଇବା ସହ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଜନା ରେ ସାମିଲ ଓ ସଫଳତା ହାସଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

whatsapp image 2025 09 13 at 19.27.23 e74a908b

ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ କାର୍ଯ୍ୟ କାରୀ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ସ୍ବାସ୍ଥ୍ୟ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଛ ଭାରତ ମିଶନ, ପଞ୍ଚଦଶ ଅର୍ଥ କମିଶନର ବିଭିନ୍ନ କାର୍ଯ୍ୟ, ଗ୍ରାମ୍ୟ ଜଳ ଯୋଗାଣ, ସହରାଞ୍ଚଳରେ ୱ୍ବାଟକୋ ଜଳ ଯୋଗାଣ,ପ୍ରାଣୀ ସମ୍ପଦ, ବିଦ୍ୟୁତ, ପର୍ଯ୍ୟଟନ, କୃଷି,ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ଜଳ ସମ୍ପଦ ଇତ୍ୟାଦି ବିଭାଗ ସମ୍ପର୍କରେ ନୋଡାଲ ସଚିବ ସମୀକ୍ଷା କରିବା ସହ କାର୍ଯ୍ୟ ରେ ଉନ୍ନତି ପାଇଁ ବିବିଧ ପରାମର୍ଶ ଦେଇଥିଲେ।ପରେ କ୍ଷେତ୍ର ପରିଦର୍ଶନ କରି ଶ୍ରୀମତୀ ଅରୁମୁଗମ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ।ଏହି ସମୀକ୍ଷା ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply