Home / ମୁଖ୍ୟ ଖବର / ସେଫି୍ଟ୍ ଇଣ୍ଡିଆ ସିଜିନ ଟୁ ର ଗ୍ରାଣ୍ଡ ୱିନର ସୁନୟନା ମହାପାତ୍ରଙ୍କୁ ମିଳିଲା ଦ ବେଲ୍ ଯୁବଶ୍ରୀ ସମ୍ମାନ

ସେଫି୍ଟ୍ ଇଣ୍ଡିଆ ସିଜିନ ଟୁ ର ଗ୍ରାଣ୍ଡ ୱିନର ସୁନୟନା ମହାପାତ୍ରଙ୍କୁ ମିଳିଲା ଦ ବେଲ୍ ଯୁବଶ୍ରୀ ସମ୍ମାନ

whatsapp image 2025 09 17 at 21.17.15 b18d9199

ପୁରୀ (୧୭/୯/୨୫) ପୁରୀର ସେବାୟତ ପରିବାର ଝିଅ ସୁନୟନା ମହାପାତ୍ର ନିକଟରେ ଆୟୋଜିତ ସେଫିଟ୍ ଇଣ୍ଡିଆ ଓଡ଼ିଶା ଟପ୍ ସେଫ୍ ସିଜିନ୍ ଟୁର ଗ୍ରାଣ୍ଡ ଚମ୍ପିଅନ ସିଫ ର ୱିନର ହୋଇ ଛନ୍ତି।ତାଙ୍କର ଏହି ସଫଳତା ପାଇଁ ପୁରୀଠାରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆ ଯାଇଛି। ଦ ବେଲ୍ ୟୁଥ୍ କ୍ଲବ୍ ତରଫରୁ ସ୍ଥାନୀୟ ସରକାରୀ ୟୁଥ୍ ହଷ୍ଟେଲ ପରିସର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନ ତରଫରୁ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ଦ ବେଲ୍ ଯୁବଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀକ୍ଷେତ୍ରର ପାରମ୍ପରିକ ଖାଦ୍ୟକୁ ଗୁଣବକ୍ତା ସହିତ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ତାହାକୁ ପହଞ୍ଚାଇବା ତାଙ୍କର ଲକ୍ଷ ବୋଲି ସୁନୟନା ଏହି ଅବସରରେ କହି ଥିଲେ।ଏହା ପୂର୍ବରୁ ମୋଦୀଙ୍କ ଜନ୍ମ ଦିନରେ ଚକୋଲେଟରେ ମୋଦୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ ଚର୍ଚ୍ଚାରେ ରହି ଥିଲେ ସୁନୟନା।ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲା ଲୋକୋ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ପୁରୀ ସେବାୟତ ପରିବାର ର ଝିଅ ଭାବରେ ଏଭଳି ଗୌରବ ଆଣିବା ସମସ୍ତଙ୍କ ମଧ୍ୟରେ ଖୁସି କଥା ତଥା ଏହା ସେବାୟତ ପରିବାର ଝିଅ ମାନଙ୍କ ପାଇଁ ଏକ ନୂତନ ଦିଶା ଦେଖାଇବାରେ ସୁନୟନାଙ୍କ କୃତିତ୍ୱ ସହାୟକ ହେବ ବୋଲି କହି ଥିଲେ।ଅନ୍ୟତମ ଅତିଥିଭାବେ ସେଫ୍ଫିଟ୍ ଇଣ୍ଡିଆ ର ବ୍ରାଣ୍ଡ ଆମ୍ବାସଡର ସେଫ୍ ବିଶ୍ୱଜିତ୍ ମହାରଥୀ,ଭୁବନେଶ୍ୱର ଆଇ ଏଚ ଏମ ଅଧ୍ୟାପକ ସୁଧୀର କୁମାର ସିଂ,କ୍ଲବ୍ ଚକୋଲେଟ୍ ର କୋ ଫାଉଁଣ୍ଡର ରାକେଶ କୁମାର ସାହୁ, ମହାସୁଆର ନିଯୋଗ ର ସମ୍ପାଦକ ଗଣେଶ୍ୱର ମହାସୁଆର , ଚତୁର୍ଦ୍ଧାମ ବେଦ ଭବନ ନ୍ୟାସର ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା ଫପ୍ରଭୃତି ଯୋଗ ଦେଇ ଶୁଭେଛା ବାର୍ତ୍ତା ଦେବା ସହିତ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ରେ ସୁନାୟନା ପାଇଁ ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ପୁରୀର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ , କ୍ଷେତ୍ର ମୋହନ ଫାଉଣ୍ଡେସନ, ଦ ମିରର ,ଆପଣଙ୍କ ସେବାରେ,ଶିଶୁ ସମାଚାର,ଭାରତ ଯୋଗ କେନ୍ଦ୍ର,ଆମେ ଅନୁଷ୍ଠାନ,ମହା ବିନାୟକ ସେବା ଟ୍ରଷ୍ଟ,, ଇନର ହୁଇଲ କ୍ଲବ୍ ଶ୍ରୀକ୍ଷେତ୍ର,ନାରାୟଣ ଦାସ ମେମୋରିଆଲ ଟ୍ରଷ୍ଟ,ଆପଣଙ୍କ ସେବାରେ, ଇତ୍ୟାଦି ଅନୁଷ୍ଠାନ କର୍ମକର୍ତ୍ତା ଓ ବୁଦ୍ଧି ଜିବୀ ଉପସ୍ଥିତ ରହି ସୁନୟନାନାଙ୍କୁ ଶୁଭେଛା ବାର୍ତ୍ତା ଦେବା ସହିତ ଉପଢୌକନ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ କୁ ଦ ବେଲ୍ ୟୁଥ୍ କ୍ଲବ୍ ସହ ସଂଯୋଜିକା ମୋନାଲିସା ଦାସ ପରିଚାଳନା କରି ଥିବା ବେଳେ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ସୂଚନା ଯୋଗ୍ୟ ଯେ ସୁନୟନା ପୁରୀର ବିଶିଷ୍ଟ ହୋଟେଲ ଶିଳ୍ପ ପତି ତଥା ଶ୍ରୀମନ୍ଦିର ସେବାୟତ ଜିତେନ୍ଦ୍ର ମହାପାତ୍ର ଓ ସାବିତ୍ରୀ ମହାପାତ୍ରଙ୍କ ସେ କନ୍ୟା ଅଟନ୍ତି।କାର୍ଯ୍ୟ କ୍ରମକୁ ବେଲ୍ ୟୁଥ୍ କ୍ଲବ୍, ଓମେନସ୍ କ୍ଲବ୍, ସିନିୟର୍ ସିଟିଜେନ କ୍ଲବ୍ ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply