Home / ମୁଖ୍ୟ ଖବର / ଜିଲ୍ଲାପାଳ ଙ୍କ ଦ୍ବାରା ସ୍ବଛତା ଓ ବୃକ୍ଷ ରୋପଣ ଅନୁଷ୍ଠିତ

ଜିଲ୍ଲାପାଳ ଙ୍କ ଦ୍ବାରା ସ୍ବଛତା ଓ ବୃକ୍ଷ ରୋପଣ ଅନୁଷ୍ଠିତ

whatsapp image 2025 09 17 at 21.13.39 ae5a79c3

ପୁରୀ ୧୭/୯ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆଧାର ରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ଦ୍ଵାରା ବୃକ୍ଷ ରୋପଣ ସହ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୁରୀ ପୌରପାଳିକା ର ଦତ୍ତ ତୋଟା ଜଗନ୍ନାଥ କଲୋନୀ ରେ ଜିଲ୍ଲାପାଳ ଶ୍ରୀ ପରିଡା ସକାଳ ୭.୩୦ ମିନିଟରେ ପହଞ୍ଚିବା ପରେ ଏକ ସଚେତନତା ଶୋଭାଯାତ୍ରା କୁ ଉଦଘାଟନ କରିବା ସହ ନିଜେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ପରେ ସ୍ୱଛତା କାର୍ଯ୍ୟକ୍ରମ ଅଧିନରେ କଲୋନୀ କୁ ସଫା କରିଥିଲେ।ଖଡିକା,ବେଲଚା,ଅଖା ଇତ୍ୟାଦି ଧରି ଜିଲ୍ଲାପାଳ ଶ୍ରୀ ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ମାନେ ସଫେଇ କାର୍ଯ୍ୟ ରେ ସାମିଲ ହୋଇଥିଲେ।ପରେ ଜିଲ୍ଲାପାଳ ଏକ ପେଡ ମା କି ନାମ କାର୍ଯ୍ୟକ୍ରମ ଆଧାର ରେ ବୃକ୍ଷ ରୋପଣ କରିଥିଲେ।ପୌରପାଳିକା ର ପ୍ରତ୍ୟେକ ଅଞ୍ଚଳ କୁ ନିରନ୍ତର ସ୍ୱଛ ରଖିବାକୁ ଜିଲ୍ଲାପାଳ ପୌର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

whatsapp image 2025 09 17 at 21.13.39 8b161431
SPREAD YOUR LOVE WITH YOUR FRIENDS AND FAMILY

Leave a Reply