କାକଟପୁର ତା ୨୨/୯: ( ତୁଷାର ଦୀକ୍ଷିତ ) ସୋମବାର ଠାରୁ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ନବପତ୍ରିକା ପୂଜା। ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆଜି ମହିଷାସୁରଙ୍କ ଠାବ ପାଇଁ ମାଆଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ରତ୍ନଗିରି ବିଜେ କରିବା ପରେ ମାଆଙ୍କ ସ୍ବତନ୍ତ୍ର ବେଶ ଆରମ୍ଭ ହୋଇଛି । ଆଜି ମାଆ ପାଦ ପଦ୍ମ ଲାଗି ସହ ନାଲିକଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରରୁ ମାତଭକ୍ତଙ୍କ ସୁଅ ଛୁଟୁଛି । ଆଜି ପୀଠରେ ମଧ୍ୟାହ୍ନରେ ସୂର୍ଯ୍ୟ ପୂଜା ସହ ଚଣ୍ଡୀ ପାଠ ଚାଲିଥିବାବେଳେ ଅପରାହ୍ନ ରେ ବଲ୍ଳଭଧୂପ, ସକାଳ ଧୂପ ଓ ଦ୍ବିପହର ଧୂପ ପରେ ଭଅଣ୍ଡ ଧୂପ ଅନୁଷ୍ଠିତ ହୋଇଥିଲା l ପରେ ମନ୍ଦିର ପହୁଡ଼ ପଡି ଖୋଲାଯିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା l ତାପରେ ମା ଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇ ପାଦପଦ୍ମ ଲାଗି ସହ ନାଲି କଲି ବେଶରେ ସଜ୍ଜିତ କରାଯାଇଥିଲା l ଏଥିସହ ସାରା କାକଟପୁର ଅଞ୍ଚଳଉତ୍ସବ ମୁଖର ହୋଇପଡ଼ିଥିବବେଳେ ମା ଙ୍କ ଆଗମକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l











