Home / ମୁଖ୍ୟ ଖବର / ଭକ୍ତଙ୍କୁ ମିଳୁ ଶ୍ରୀଜଗନ୍ନାଥଙ୍କ ଜନ୍ମସ୍ଥଳୀ ଦର୍ଶନ – ଶୀଘ୍ର ଖୋଲାଯାଉ ଶ୍ରୀଗୁଣ୍ଡିଚା ମନ୍ଦିର

ଭକ୍ତଙ୍କୁ ମିଳୁ ଶ୍ରୀଜଗନ୍ନାଥଙ୍କ ଜନ୍ମସ୍ଥଳୀ ଦର୍ଶନ – ଶୀଘ୍ର ଖୋଲାଯାଉ ଶ୍ରୀଗୁଣ୍ଡିଚା ମନ୍ଦିର

3a10b900 66ea 477c 9195 55f296c27bcf

ପୁରୀ- ୨୦/୯/୨୦୨୫ ନି:ପ୍ର – ମହାମାରୀ କୋଭିଡ ପର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ବ୍ୟତୀତ ବର୍ଷ ସାରା ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ମହାପ୍ରଭୁଙ୍କ ଜନ୍ମ ସ୍ଥଳୀ ଦର୍ଶନରୁ ବଞ୍ଚିତ ହୋଇ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି। କେଉଁଠି ନା କେଉଁଠି ଏହା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରୁଛି। ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ନିଷେଧ ହେତୁ ଫେରୁଥିବା ଭକ୍ତ ପର୍ଯ୍ୟଟକ ସ୍ଥାନୀୟ ଜନସାଧାରଣଙ୍କ ସମୂଖରେ ନୈରାଶ୍ୟ ମନୋଭାବ ପ୍ରକାଶ କରୁଛନ୍ତି।

image

ଯାହାକି ସ୍ଥାନୀୟ ଅଂଚଳର ଅଟୋ ଚାଳକ ସଂଘର କର୍ମକର୍ତ୍ତା ଗଣ ଏହି ପର୍ଯ୍ୟଟକଙ୍କ ନୈରାଶ୍ୟଜନକ ମନୋଭାବକୁ ଦୈନିକ ପରିଲକ୍ଷିତ କରୁଛନ୍ତି। ବହୁ ଦୂର ଦୁରାନ୍ତରୁ ଆସୁଥିବା ବୟସ୍କ ଭକ୍ତ ମାନେ ଆଉ ଜୀବନରେ ଆସି ପାରିବେ କି ନାହିଁ ଚିନ୍ତାକରି ଶ୍ରୀଗୁଣ୍ଡିଚା ମନ୍ଦିର ଦୁଆରୁ ମୁଣ୍ଡିଆ ମାରି ବହୁତ ଦୁଃଖରେ ଫେରୁଛନ୍ତି l ଏଥିପାଇଁ ଆଜି ନୀଳାଚଳ ଅଟୋ ଡ୍ରାଇଭର ଆସୋସିଏସନ୍ ସମେତ ଆସୋସିଏସନ୍ ଅଫ ଟ୍ୱିଟର ଆକ୍ତିଭିଷ୍ଟସ୍ ର ସଦସ୍ୟ ବୃନ୍ଦ ମିଳିତ ଭାବେ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ଦାବିରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହ ଲିଫ୍ଲେଟ ବାଣ୍ଟି ପ୍ରଶାସନକୁ ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ନୀଳାଚଳ ଅଟୋ ଡ୍ରାଇଭର ଆସୋସିଏସନ୍ ର ସଭାପତି ଦୀପକ କୁମାର ପ୍ରଧାନ , ସମ୍ପାଦକ ଦିନମଣି ସାହୁଙ୍କ ସମେତ ସମସ୍ତ ଅଟୋ ଚାଳକମାନଙ୍କ ଉପସ୍ଥିତରେ ଟିମ୍ ଆଟାର କୋଷାଧ୍ୟକ୍ଷ ମାନସ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply