Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

whatsapp image 2025 09 22 at 20.21.51 b5b398ae

ପୁରୀ ୨୨/୯ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଆଜି ଗୋପ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୯୭ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୮୦ ଗୋଟି ବ୍ୟକ୍ତିଗତ,୧୭ ଗୋଟି ଗ୍ରାମ ସମ୍ବନ୍ଧୀୟ ସମ୍ପର୍କରେ ରହିଥିଲା।ତତକ୍ଷଣାତ ୪ ଗୋଟି ର ସମାଧାନ କରାଯାଇଥିଲା।

whatsapp image 2025 09 22 at 20.21.52 fc0ecce0

ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥି,ଅତିରିକ୍ତ ଏସ ପି ସଚିନ ପଟେଲ,ଡେପୁଟି କଲେକ୍ଟର ଆଦ୍ୟାଶା ରଥ,ଗୋପ ବିଡ଼ିଓ ଛବିରାଣୀ ସାହୁ, ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply