Home / ମୁଖ୍ୟ ଖବର / ନିଶାଗ୍ରସ୍ତ ଯୁବକ ଙ୍କ ମାଡ଼ରେ ସଫେଇ କର୍ମଚାରୀ ଆହତ 

ନିଶାଗ୍ରସ୍ତ ଯୁବକ ଙ୍କ ମାଡ଼ରେ ସଫେଇ କର୍ମଚାରୀ ଆହତ 

whatsapp image 2025 09 22 at 20.26.19 de07ba70

ପୁରୀ :୨୨/୯/୨୦୨୫ -ନି:ପ୍ର    ନିଶାଗ୍ରସ୍ତ ଯୁବକ ଙ୍କ ମାଡ଼ରେ ସଫେଇ କର୍ମଚାରୀ ଆହତ ।ଖବର ନେବାରେ ଜଣାପଡିଛି ଯେ ବଳଗଣ୍ଡି ଛକ ନିକଟରେ ସଫେଇ କର୍ମଚାରୀ ରାସ୍ତା ସଫେଇ କରୁଥିଲେ ।ଏହି ସମୟରେ ଜଣେ ନିଶାଗ୍ରସ୍ତ ଯୁବକ ରାସ୍ତା କଡ଼ରେ ଥିବା ଡ୍ରେନ କୁ ସଫେଇ କରିବା ନିମନ୍ତେ ସଫେଇ କର୍ମଚାରୀ ଙ୍କୁ କହିଥିଲେ ।କର୍ମଚାରୀ ଜଣକ ଡ୍ରେନ କୁ ସଫା କରିବାକୁ ମନା କରିବାରୁ ଉକ୍ତ ନିଶାଗ୍ରସ୍ତ ଯୁବକ ସଫେଇ କର୍ମଚାରୀ ଙ୍କୁ ମାଡ଼ ମାରିବା ସହ ତାଙ୍କ ସଫେଇ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ ।ଏହି ଘଟଣାକୁ ନେଇ ସଫେଇ କର୍ମଚାରୀଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ।ଅଭିଯୋଗକୁ ଭିତ୍ତିକରି କୁମ୍ଭାରପଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ନିସାଗ୍ରସ୍ତ ଯୁବକ ସେଠାରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply