Home / ମୁଖ୍ୟ ଖବର / ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

whatsapp image 2025 09 23 at 20.57.32 c7bbfc04

ପୁରୀ ୨୩/୯ ସେବା ପକ୍ଷ ଅବସରରେ ପୁରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଲଳିତ କଳା ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଆଜି ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।୨୦୪୭ ବିକଶିତ ଭାରତର ପରିକଳ୍ପନା ଶୀର୍ଷକ ଏହି ପ୍ରତିଯୋଗିତା ସଂସ୍କୃତି ଭବନ ସ୍ଥିତ ଲଳିତ କଳା ଏକାଡେମୀ ଗ୍ୟାଲେରୀ ରେ ଅନୁଷ୍ଠିତ ହୋଇଥିଲା।ଏହି ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ କୁ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଉଦଘାଟନ କରିବା ସହ ପ୍ରତ୍ୟେକ କଳାକାର ନିଜର ସୃଜନଶୀଳତା ଓ ଭାବନା କୁ କାନଭାସରେ ଲିପିବଦ୍ଧ କରି ସମାଜକୁ ବାର୍ତ୍ତା ଦେଇଥାନ୍ତି ବୋଲି କହିଥିଲେ।କଳାକାର ଟିଏ ଦ୍ୱିତୀୟ ଇଶ୍ଵର ପରି ନିଜ କଳା ମାଧ୍ୟମରେ ଯେଉଁ ସୃଷ୍ଟି କରିଥାନ୍ତି ତାହା ତାଙ୍କୁ ପରିଚୟ ଦେଇଥାଏ।

whatsapp image 2025 09 23 at 20.57.32 90d99282

ବିକଶିତ ଭାରତ ୨୦୪୭ ର ଚିତ୍ର କୁ ଅତି ଚମତ୍କାର ଭାବେ ଅଙ୍କନ କରିଥିବାରୁ ସେ ସମସ୍ତ ଚିତ୍ର ଶିଳ୍ପୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ କାଶିନାଥ ଖୁଣ୍ଟିଆ କଳାକାର ଟିଏ ନିଜର ଚିନ୍ତା ଓ ଚେତନା କୁ ଜାଗ୍ରତ କରି ଯେଉଁ ସୃଷ୍ଟି କରେ ତାହା ଅନନ୍ୟ ବୋଲି କହିବା ସହ ଭାବନାତ୍ମକ ଚିନ୍ତନ ର ସୁନ୍ଦର ପ୍ରତିଫଳନ ଏହି ଚିତ୍ରକଳା ବୋଲି ସେ କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ, ପୁରୀ ଲଳିତ କଳା ଏକାଡେମୀର ତତ୍ତ୍ୱାବଧାରକ ସତ୍ୟ ନାରାୟଣ ପାଢ଼ୀ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଚିତ୍ରକଳା ପ୍ରତିଯୋଗିତା ର ଶ୍ରେଷ୍ଠ ତିନି କଳା କୃତି ଓ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଚିତ୍ରକଳା ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply