ନୟାଗଡ,ତା ୨୬ .୧.୨୬ରିଖ -ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଥିଲା। ୭୮୬ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ଖେଳର ଏହି ଫାଇନାଲ ଖେଳରେ ଭଞ୍ଜନଗର ଓ
ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ଡ଼ଃ ଅରୁଣ କୁମାର ସାହୁ ଏଠାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ନଗରପାଳିକା ନିରୁପମା ଖଟେଇ, ଅଧ୍ୟକ୍ଷ ନୟାଗଡ଼ ବ୍ଲକ୍ କିଶୋର ଚନ୍ଦ୍ର ସାହୁ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରତିନିଧି

ଶଙ୍କର୍ଷଣ ବେହେରା, ବେଣୁଧର ପ୍ରଧାନ ଭାପୁର ବ୍ଲକ୍ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ପ୍ରଦୀପ କୁମାର ପୃଷ୍ଟି ଅଧ୍ୟକ୍ଷ ୟୁନିଟେକ୍ କଲେଜ, ମନୋଜ କୁମାର ନାୟକ ସଭାପତି ଘରୋଇ ବସ୍ ସଂଘ ନୟାଗଡ଼ ଓ ସମ୍ପାଦକ ଶେଖ୍ ୟୁସୁଫ୍ , ସମାଜସେବୀ ପ୍ରଦୀପ କୁମାର ସାହୁ, ଗୁରୁପ୍ରସାଦ ଜେନା ଉପାଧ୍ୟକ୍ଷ ନୟାଗଡ଼, ଗଙ୍ଗାଧର ପଣ୍ଡା ନୟାଗଡ଼ ବିଧାନସଭା ମଣ୍ଡଳୀ ସଭାପତି, ଚଳଚ୍ଚିତ୍ର ନିର୍ମାତା ପ୍ରଦୀପ କୁମାର ଆଚାର୍ଯ୍ୟ, ସୁଜିତ୍ ରୋସନ୍ ପଟ୍ଟନାୟକ , ଶେଖ୍ ଅତାହର ଓରିଗୋଲ୍ଡ଼ ପାଇପର ଏମ ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ସ୍ବାଇଁ ଖେଳ ପରିଚାଳନା କରିଥିଲେ ଏବଂ ରେଫରୀ ପ୍ରସନ୍ନ କୁମାର ନାୟକ ଓ ସରୋଜ ବେହେରା ତାଙ୍କୁ ଲାଇନରେ ରହି ସହାୟତା କରିଥିଲେ ଏବଂ ଚତୁର୍ଥ ରେଫରୀ ଭାବେ ଜ୍ୟୋତି ପ୍ରକାଶ ସ୍ବାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ। ଫାଇନାଲ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଏବଂ ମ୍ୟାଚ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ କଟକ ଦଳର ଖେଳାଳି ଦୀନବନ୍ଧୁ ଦାସଙ୍କୁ ପୁରସ୍କୃତ କରା ଯାଇଥିଲା। ଅଧ୍ୟାପକ ଆଶୁତୋଷ ମିଶ୍ର ଓ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳରେ ଦର୍ଶକଙ୍କ ସଂଖ୍ୟା ପ୍ରବଳ ସଂଖ୍ୟାରେ ବୃଦ୍ଧି ପାଇଥିଲା। ଶେଷରେ ମଙ୍ଗଳା କ୍ଳବ୍ କଟକ ଭଞ୍ଜନଗର ଦଳକୁ ଖେଳ ଶେଷ ହେବାର ୧୫ ମିନିଟ୍ ପୂର୍ବରୁ ଗୋଟିଏ ଗୋଲ୍ ଦେଇ ଦଳକୁ ଆଗୁଆ ରଖିଥିଲେ। ଫ୍ଲଡ୍ ଲାଇଟରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଖେଳକୁ ସମସ୍ତେ ଉପଭୋଗ କରିଥିଲେ।ରନର୍ଶ ଅପ୍ ଟିମକୁ ୩୦ହଜାର ଟଙ୍କା ଏବଂ ଚମ୍ପିୟାନ ଦଳକୁ ୫୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।











