Home / ମୁଖ୍ୟ ଖବର / ଭୂମି ମାଲିକ ଙ୍କୁ ସତ୍ବଲିପି ପ୍ରଦାନ।

ଭୂମି ମାଲିକ ଙ୍କୁ ସତ୍ବଲିପି ପ୍ରଦାନ।

whatsapp image 2025 09 24 at 19.55.58 74f595a4

ପୁରୀ ୨୪/୯ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବୁଧଙ୍ଗ ମୌଜାର ଜମି ମାଲିକ ମାନଙ୍କୁ ସତ୍ଵଲିପି ବା ଖତିଆନା ବଣ୍ଟନ ଆରମ୍ଭ ହୋଇଛି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ଚକବନ୍ଦୀ ଉପ ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ମହାପାତ୍ର ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଚକବନ୍ଦୀ ଅଧିକାରୀ ନିଳମାଧବ ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା।ଆଜି ପୂର୍ବାହ୍ନରେ ଚକବନ୍ଦୀ କାର୍ଯ୍ୟାଳୟ ପରିସରରେ ଚୁଡାନ୍ତ ସତ୍ଵଲିପି ବା ଖତିଆନା ସଂପୃକ୍ତ ଜମି ମାଲିକ ମାନଙ୍କୁ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟ ରେ ସହକାରୀ ଚକବନ୍ଦୀ ଅଧିକାରୀ ରତ୍ନାକର ସ୍ବାଇ ଓ କର୍ମଚାରୀ ସହଯୋଗ କରିଥିଲେ।

whatsapp image 2025 09 24 at 19.55.59 5430fc29

ସୂଚନା ଯୋଗ୍ୟ ଯେ ପୂର୍ବରୁ ଚୁଡାନ୍ତ ବନ୍ଦୋବସ୍ତ ସତ୍ଵଲିପି ବା ଖତିଆନା ତା ୯.୪ ୧୯୭୬ ରିଖରେ ପ୍ରକାଶନ ହୋଇଥିଲା।ଚକବନ୍ଦୀ କାର୍ଯ୍ୟ ୧୯୯୦ ମସିହାରେ ଆରମ୍ଭ ହୋଇ ତା ୨୪.୯.୨୫ ରିଖରେ ଚକବନ୍ଦୀ ଧାରା ୧୩(୪) ମୁତାବକ ଚୁଡାନ୍ତ ସତ୍ଵଲିପି ପ୍ରକାଶନ କରାଯାଇ ଭୂମି ମାଲିକ ମାନଙ୍କୁ ଆଜି ପ୍ରଦାନ କରାଯାଇଛି।ଅନେକ ଦିନ ଧରି ସତ୍ଵଲିପି ର ସଂଶୋଧନ ହୋଇ ପାରି ନ ଥିବାରୁ ଆମେ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲୁ।ବର୍ତ୍ତମାନ ଏହି ସତ୍ଵଲିପି ପାଇଥିବାରୁ ଭୂମି ମାଲିକ ମାନେ ସେମାନଙ୍କ ଖୁସି ବ୍ୟକ୍ତ କରିବା ସହ ସରକାର ଓ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply