କାକଟପୁର ତା ୨୩/୯: (ତୁଷାର ଦୀକ୍ଷିତ ):ଆଜି ନବପତ୍ରିକା ପୂଜାର ଦ୍ୱତୀୟ ଦିନରେ ସାରା ରାଜ୍ୟରେ ଶକ୍ତିପୀଠ ଗୁଡିକରେ ଶକ୍ତି ଙ୍କୁ ବିଭିନ୍ନ ବେଶରେ ସଜିତ କରାଯାଉ ଥିବା ବେଳେ ଆଦ୍ୟାଶକ୍ତି ପୀଠ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ଆଜି କଳା କଲି ବେଶରେ ଦର୍ଶନ ଦେଉଛନ୍ତି ମା । ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ସକାଳୁ ସ୍ନାନ ମାର୍ଜନା ଅବକାଶ ନୀତି ପରେ ବଲ୍ଲଭ ଧୂପ, ସକାଳ ଓ ଦୁଇପହର ଧୂପ ସରି ସନ୍ଧ୍ୟା ରେ ସନ୍ଧ୍ୟା ଆଳତି ସରିବା ପରେ ମା ଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇ କଳା କଲି ବେଶ ରେ ସଜା ଯାଇଥିଲା ଆଜି ମହିଷାସୁରଙ୍କ ଠାବ ପାଇଁ ମାଆଙ୍କ ଚଳନ୍ତି ପ୍ରତିମା ମଣି ବିମାନରେ ରତ୍ନଗିରି ବିଜେ କରିବା ପରେ ମାଆଙ୍କ ବେଶ କବାଟ ଖୋଲିଥିଲା. ନବ ପତ୍ରିକା ରା ଦ୍ୱତୀୟ ଦିନରେ ମା ବ୍ରହ୍ମଚାରିଣି ବେଶ ହେଉଥିବା ବେଳେ ମା ମଙ୍ଗଳା ଆଜନ୍ମ ବ୍ରହ୍ମଚାରିଣୀ ବୋଲି ମାଦଳା ପାଞ୍ଜି ସୂଚାଇ ଆସୁଛି । ଆଜି ମାଆ ପାଦ ପଦ୍ମ ଲାଗି ସହ କଳା କଲି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରରୁ ମାତଭକ୍ତଙ୍କ ସୁଅ ଛୁଟୁଛି. ନବ ପତ୍ରିକା ଠାରୁ ବିଭିନ୍ନ ପାରମ୍ପରିକ ବାଦ୍ୟ ରେ ମନ୍ଦିର ପ୍ରକମ୍ପିତ ହୋଇ ଉଠୁଛି. ସ୍ଥାନୀୟ ଗୋଛାୟତ ଓ ମହୁରୀଆ ସେବକ ଙ୍କ ଦ୍ୱାରା ଏହି ନୀତି ଦିନରାତି ଚାଲିଆସୁଛି
ନବପତ୍ରିକା ପୂଜାର ଦ୍ୱତୀୟ ଦିନରେ ଭକ୍ତ ଙ୍କ ସମାଗମ











