Home / ମୁଖ୍ୟ ଖବର / ହବିଷ୍ୟାଳୀ ବ୍ରତ କାର୍ଯ୍ୟ ରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ

ହବିଷ୍ୟାଳୀ ବ୍ରତ କାର୍ଯ୍ୟ ରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ

whatsapp image 2025 09 25 at 19.44.45 94770d4f

ପୁରୀ ୨୫/୯ ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ୫ ନଭେମ୍ବର ରେ ଶେଷ ହେବ।ରାଜ୍ୟର ବିଭିନ୍ନ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ମାଆ ମାନେ ହବିଷ ପାଳନ ପାଇଁ ଆସିବେ।ତେଣୁ ସମସ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇବା ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ମତ ଦେଇଛନ୍ତି।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଶ୍ରୀ ପରିଡା ଯୋଗ ଦେଇ ପବିତ୍ର ମାସ କାର୍ତ୍ତିକ ରେ ମାଆ ମାନେ ଶ୍ରୀକ୍ଷେତ୍ର ଧାମରେ ରହି ଏକ ମାସ ବ୍ରତ ଓ ତପ କରିବାର ମାନସିକତା ନେଇ ଆସୁଛନ୍ତି।ସରକାର ଙ୍କ ନିର୍ଦ୍ଦେଶ ଓ ପ୍ରଶାସନ ର ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ କରିବାର ବ୍ୟବସ୍ଥା କରାଯାଇଛି।ତେଣୁ ଦାୟିତ୍ୱ ରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ।ମାଆ ମାନେ ମାସ ସାରା ବ୍ରତ କରି ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ଓ କୌଣସି ଅସୁବିଧା ନ ହୁଏ ଏଥିପାଇଁ ଆମେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ହବିଷ୍ୟାଳୀ ବ୍ରତ କାର୍ଯ୍ୟ ରେ କୌଣସି ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇ ଦେଇଛନ୍ତି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ସହ ହବିଷ୍ୟାଳୀ ମାଆ ମାନଙ୍କ ଆଗମନ ପରେ ହବିଷ୍ୟାଳୀ କେନ୍ଦ୍ର ଅନୁସାରେ ପଞ୍ଜିକରଣ, ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସ୍ବେଚ୍ଛାସେବୀ ମାନଙ୍କ ସହ ସମନ୍ୱୟ ରକ୍ଷା ଇତ୍ୟାଦି ସମ୍ପର୍କରେ ସୂଚନା ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇ ଅଧିକାରୀ ଓ କର୍ମଚାରୀ ମାନଙ୍କର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜୀବ ବେହେରା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବିବେକାନନ୍ଦ ସାହୁ, ସହଦେବ ସାହୁ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply