Home / ମୁଖ୍ୟ ଖବର / ପୁରୀରେ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ପଣ୍ଡିତ ଦୀନଦୟାଳଙ୍କ ଜନ୍ମଜୟନ୍ତୀ ପାଳିତ**

ପୁରୀରେ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ପଣ୍ଡିତ ଦୀନଦୟାଳଙ୍କ ଜନ୍ମଜୟନ୍ତୀ ପାଳିତ**

whatsapp image 2025 09 25 at 19.50.16 31c1b388

ପୁରୀ, ୨୫ ସେପ୍ଟେମ୍ବର ୨୦୨୫: ସ୍ୱଦେଶୀ ଜାଗରଣ ମଞ୍ଚର ଆନୁକୂଲ୍ୟରେ ପୁରୀରେ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମଜୟନ୍ତୀ ଉତ୍ସବମୁଖର ଭାବେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଯୁବ ନେତା ପ୍ରଶାନ୍ତ ସ୍ୱାଇଁ ପଣ୍ଡିତଜୀଙ୍କ ‘ଏକାତ୍ମ ମାନବବାଦ’ ଦର୍ଶନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ, “ଦୀନଦୟାଳଜୀଙ୍କ ଏକାତ୍ମ ମାନବବାଦ ଶରୀର, ମନ, ବୁଦ୍ଧି ଓ ଆତ୍ମାର ସମନ୍ୱିତ ବିକାଶ ଉପରେ ଆଧାରିତ। ପାଶ୍ଚାତ୍ୟ ପୁଞ୍ଜିବାଦ ଓ ସାମ୍ୟବାଦକୁ ପ୍ରତ୍ୟାଖ୍ୟାନ କରି ସେ ଭାରତୀୟ ସଂସ୍କୃତି ଆଧାରିତ ମଧ୍ୟମ ପଥର ପରିକଲ୍ପନା କରିଥିଲେ।” 

whatsapp image 2025 09 25 at 19.49.21 6be0f88d

ଜାଗରଣ ମଞ୍ଚର ବିଭାଗ ସଂଯୋଜକ ପ୍ରଶାନ୍ତ ଭୂୟାଁ, ଜିଲ୍ଲା ସଂଯୋଜକ ବିଶ୍ୱନାଥ ପଣ୍ଡା, ପ୍ରାନ୍ତ ମହିଳା ପ୍ରମୁଖ ଲକ୍ଷ୍ମୀପ୍ରିୟା ସାହୁ ଏବଂ ଜିଲ୍ଲା ସହ-ସଂଯୋଜକ ଉପେନ୍ଦ୍ର ବିଶୋଇ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଦ୍ୱାରା ଆତ୍ମନିର୍ଭର ଭାରତ ଗଠନରେ ପଣ୍ଡିତଜୀଙ୍କ ଦର୍ଶନର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ। ସେମାନେ ଓଡ଼ିଶାର ଖାଦୀ, ସମ୍ବଲପୁରୀ ବୁଣାକାରୀ, ପଟ୍ଟଚିତ୍ର ଓ ଆୟୁର୍ବେଦିକ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଓ ସସ୍କୃତିକୁ ସମୃଦ୍ଧ କରାଯାଇପାରିବ ବୋଲି ଉଦାହରଣ ଦେଇଥିଲେ। 

ବିଶ୍ୱନାଥ ପଣ୍ଡା ସ୍ୱଦେଶୀ ଚେତନାକୁ ଘରେ ଘରେ ପହଞ୍ଚାଇବା ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ସଭାରେ ଯୁବକ, ମହିଳା ଓ ବୁଦ୍ଧିଜୀବୀମାନେ ଯୋଗଦେଇ ପଣ୍ଡିତ ଦୀନଦୟାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ବିଶ୍ୱନାଥ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। 

SPREAD YOUR LOVE WITH YOUR FRIENDS AND FAMILY

Leave a Reply