Home / ମୁଖ୍ୟ ଖବର / ହବିଷ୍ୟାଳୀ ମା ମାନଙ୍କ ସେବା ଏକ ପୂଣ୍ୟର କଥା

ହବିଷ୍ୟାଳୀ ମା ମାନଙ୍କ ସେବା ଏକ ପୂଣ୍ୟର କଥା

whatsapp image 2025 09 26 at 19.53.05 d2944a61

ପୁରୀ ୨୬/୯ ଚଳିତ ବର୍ଷ ର ହବିଷ ବ୍ରତ ୪ ଟି କେନ୍ଦ୍ର ରେ ଅକ୍ଟୋବର ମାସ ୭ ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ହବିଷ୍ୟାଳୀ ମା ମାନଙ୍କୁ ଉପଯୁକ୍ତ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଆମ ସମସ୍ତଙ୍କ ଦାୟିତ୍ୱ।ଏହାକୁ ଏକ ପବିତ୍ର ସେବା ଭାବେ ଗ୍ରହଣ କରି ମାଆ ମାନଙ୍କୁ ସାହାଯ୍ୟ କରିବାକୁ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ହବିଷ ବ୍ରତ କାର୍ଯ୍ୟ ରେ ନିୟୋଜିତ ସ୍ୱଛାସେବୀ ମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଡ ମହାପାତ୍ର ହବିଷ୍ୟାଳୀ ମାନଙ୍କର ସେବା କୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ। ହବିଷ୍ୟାଳୀ କାର୍ଯ୍ୟରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ।ଏକ ମାସ ପାଇଁ ଆସୁଥିବା ବିଭିନ୍ନ ଅଞ୍ଚଳର ମାଆ ମାନଙ୍କୁ ଆମେ ଉପଯୁକ୍ତ ସେବା ଯୋଗାଇ ଦେବା।ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳୀ ମା ମାନଙ୍କର ରହଣି ର ବ୍ୟବସ୍ଥା ହୋଇଛି।ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି।ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା,ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି ଓ ସଂପୃକ୍ତ ବିଭାଗର କର୍ମଚାରୀ ମାନେ ସମସ୍ତ ହବିଷ୍ୟାଳୀ କେନ୍ଦ୍ର କଣ୍ଟ୍ରୋଲ ରୁମରେ ରହି କୌଣସି ସମସ୍ୟା ହେଲେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରିବେ। ଏହାକୁ ସୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିବେ। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ।କେନ୍ଦ୍ର ମାନଙ୍କ ରେ ମାଆ ମାନଙ୍କର କୌଣସି ସମସ୍ୟା ଆସିଲେ ତାହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ।ବିଶେଷ କରି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ।
ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବା ର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି।ତେଣୁ ଏହି କାର୍ଯ୍ୟ କୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ପି କେ ଡି ଏ ସଚିବ ଦିଲ୍ଲୀପ କୁମାର ମହାରଣା, ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ,କର୍ମକର୍ତ୍ତା ଓ ସଦସ୍ୟ ମାନେ ଅଭିଜ୍ଞତା ରୁ ବିଭିନ୍ନ ସମସ୍ୟା ସମାଧାନ ଓ ପରାମର୍ଶ ପ୍ରଦାନ କରିଥିଲେ। ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ୱଛାସେବୀ ପ୍ରମୁଖ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply