Home / ମୁଖ୍ୟ ଖବର / ବଡଦାଣ୍ଡ ସେବା ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଉଦେଶ୍ୟରେ ଦାବିପତ୍ର,

ବଡଦାଣ୍ଡ ସେବା ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଉଦେଶ୍ୟରେ ଦାବିପତ୍ର,

whatsapp image 2025 09 26 at 19.46.52 5b31b25b

ପୁରୀ,୨୬/୯/୨୫ ଶ୍ରୀମନ୍ଦିର ଗୁମୁଟରୁ କଣ୍ଟାମୁକ୍ତ କରିବା ଉଦ୍ଧେଶ୍ୟରେ ବଡଦାଣ୍ଡ ସେବା ସଙ୍ଘଠନ ର ସଦସ୍ୟ ବୃନ୍ଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଉର୍ନ୍ନୟନ ପ୍ରଶାସକ ଙ୍କୁ ପ୍ରଦାନ କରାଯାଇଛି।ଶ୍ରୀମନ୍ଦିର ହେଉଛି ଓଡ଼ିଆ ଜାତିର ପ୍ରାଣ ଏହାର ସୌନ୍ଦର୍ଯ୍ୟ ତଥା ଐତିହ କୁ ଅକ୍ଷୁର୍ଣ୍ଣ ରଖିବା  ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତବ୍ୟ ।ଶ୍ରୀମନ୍ଦିର କୁ ସୌନ୍ଦର୍ଯ୍ୟମୟ ଆଲୋକ ମାଳ ପାଇଁ ଶ୍ରୀମନ୍ଦିର ଗୁମୁଟ ରେ ଶହଶହ କଣ୍ଟା ଚାରିପାଖରେ ଲଗା ଯାଇଛି।ଯାହାଦ୍ୱାରା ଭବିଷ୍ୟତରେ ଶ୍ରୀମନ୍ଦିର ଉପରେ ବିପଦ ସୃଷ୍ଟି କରୁଛି ବୋଲି ବିଶେଷଜ୍ଞ ମତ ବ୍ୟକ୍ତ କରିଛନ୍ତି।

whatsapp image 2025 09 26 at 19.46.52 21844e46

ଶ୍ରୀମନ୍ଦିର ଏକ ପୁରାତନ କୀର୍ତ୍ତି ଏହାକୁ ଅକ୍ଷୁର୍ଣ୍ଣ ରଖିବା ଉପରେ ଚାପ ପକାଇବା ଉଚିତ ନୁହେଁ, ଶ୍ରୀମନ୍ଦିର ନୁହେଁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ତଥା ନାକଚଣା ଦ୍ୱାର ଗୁମୁଟ ରେ ମଧ୍ୟ ଶହଶହ କଣ୍ଟା ଲାଗି ରହିଛି ଏହା ଏକ ବଡ଼ ଅପରାଧ ଅଟେ ।ସେଥିପାଇଁ ବଡଦାଣ୍ଡ ସେବା ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ର କୁ ହୃଦୟର ସହ ଗ୍ରହଣ କରିବା ପୂର୍ବକ ଶ୍ରୀମନ୍ଦିର ରକ୍ଷଣା ବେକ୍ଷଣ ଉପରେ ଦୃଷ୍ଟି ଦେଇ କୀର୍ତ୍ତି କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚେଷ୍ଟା କଲେ ଏବଂ ଏଭଳି ଅମାନବୀୟ କାର୍ଯ୍ୟ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଡଦାଣ୍ଡ ସେବା ଦାବି ରଖିଛି। ଏଥିରେ “ବଡଦାଣ୍ଡ ସେବା” ର ସଦସ୍ୟ ବୃନ୍ଦ ସୂର୍ଯ୍ୟକାନ୍ତ ନାୟକ, ସୁକୁମାର ଦସ୍, ଦିବାକର ବେହେରା, ଜୟ ଜଗନ୍ନାଥ ପାଢ଼ୀ, ବଟକୃଷ୍ଣ ମହାପାତ୍ର, ନାରାୟଣ ରାୟ ସିଂ, ରାମଚନ୍ଦ୍ର ହଲଦର୍, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply